BREAKING
Loading...
:

ନୟାଗଡରେ ବ୍ଳକ୍ ସ୍ତରୀୟ ଶ୍ରୀଅରବିନ୍ଦ ପାଠ ଚକ୍ର ସମ୍ମିଳନୀ

 ନୟାଗଡରେ ବ୍ଳକ୍ ସ୍ତରୀୟ ଶ୍ରୀଅରବିନ୍ଦ ପାଠ ଚକ୍ର ସମ୍ମିଳନୀ

ନୟାଗଡ଼ (ମଣିଭଦ୍ରା ଖବର) ନୟାଗଡ଼ ବ୍ଳକ୍ ସ୍ତରୀୟ ଶ୍ରୀ ଅରବିନ୍ଦ ପାଠ ଚକ୍ର ସମ୍ମିଳନୀ, ଜିଲ୍ଲା ଆବାହକ ଶ୍ରୀ ସନାତନ ଲେଙ୍କା ଙ୍କ ପୌରୋହିତ ରେ ଇଟା ମାଟି ଯୁକ୍ତ ଦୁଇ କଲେଜ୍ ପରିସର ରେ ଅନୁଷ୍ଠିତ ହୋଇ ଯାଇଅଛି। ଶ୍ରୀ ଅରବିନ୍ଦ ପାଠ ଚକ୍ର ଆବାହକ  ବନମାଳି ପରିଡ଼ା ସୁଶ୍ରୀ ପୁଷ୍ପାଞ୍ଜଳି ସାହୁ ଯୋଗ ଦେଇ ପାଠ ଚକ୍ରର ଆବଶ୍ୟକତା ବିଷୟରେ ଆଲେଚନା କରିଥିଲେ। 

ବାବାଜି ମହାରାଜ ଙ୍କ ପାଠ ଚକ୍ର ର ଭୂମିକା ବାଣୀକୁ ଉଦ୍ଧାର କରି ଜିଲ୍ଲା ଆବାହକ ଶ୍ରୀଲେଙ୍କା କହିଲେ, ବ୍ୟକ୍ତି ପରିବାର ଓ ସଂସାରରେ ରହି ଯେଉଁ କାର୍ଯ୍ଯ କରୁଅଛନ୍ତି _ ପଢ଼ିବା, ଚାକିରୀ, ବ୍ୟବସାୟ, ରାଜନୀତି ଇତ୍ୟାଦି ସମସ୍ତ କର୍ମ ଏହି ପୂର୍ଣ୍ଣାଙ୍ଗ ଯୋଗ ରେ ଦକ୍ଷତା ସହ କରି ପାରିବେ ଓ ଭଗବତ୍ ପ୍ରାପ୍ତି ଲକ୍ଷ୍ୟ ମାର୍ଗରେ ଅଗ୍ରସର ହୋଇ ପାରିବେ। ବ୍ଳକ୍ ଆବାହକ  ବିଜୟ କୁମାର ଦଳ ବେହେରା,  ଚତୁର୍ଭୁଜ ପାତ୍ର,  ମାୟାଧର ବେହେରା,  ସନ୍ତୋଷ କୁମାର ସାହୁ ଯୋଗ ଦେଇ ବ୍ଳକ୍ ସ୍ତରର ପାଠଚକ୍ର ସମ୍ବନ୍ଧେ ଆଲୋକପାତ କରିଥିଲେ। ଏହି ଅବସରରେ ପଞ୍ଚାୟତ ଆବାହକ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ବ୍ଳକ୍ ଆବାହକ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିଲେ।

ମଣିଭଦ୍ରା ଖବର,ନୟାଗଡ

Post a Comment

أحدث أقدم
Header ADS