ବସଷ୍ଟାଣ୍ଡ ଶୌଚାଳୟ କାର୍ଯ୍ଯକ୍ଷମ
ନେଇ ପ୍ରଶାସନିକ ତତ୍ପରତା
ଖଣ୍ଡପଡ଼ା ୧|୯l୨୦୨୫: ଖଣ୍ଡପଡ଼ା ସହରର ପୁରୁଣା ବସଷ୍ଟାଣ୍ଡ ପରିସରରେ ନୂତନ କରି ନିର୍ମାଣ ହୋଇଥିବା ଗୋଷ୍ଠୀ ଶୌଚାଳୟ ଓ ସ୍ନାନାଗାରଟିରେ ତାଲା ଝୁଲୁଥିବାରୁ ସହରବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା।ଏ ସଂର୍ପକିତ ଖବର ଗତ କିଛିଦିନ ତଳେ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏନଏସି କର୍ତ୍ତୃପକ୍ଷଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଗତ ୩୧ ତାରିଖ ସ୍ବାୟତଶାସନ ଦିବସ ପାଳନ ଅବସରରେ ଏନଏସି ଅଧ୍ୟକ୍ଷା ଆରତୀ ପ୍ରଧାନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ମିଶ୍ରଙ୍କ ଉପସ୍ଥିତରେ ଉକ୍ତ ଶୌଚାଳୟଟି ଉଦଘାଟିତ ହୋଇଯାଇଛି। ଖୁବଶୀଘ୍ର ଶୌଚାଳୟଟି କାର୍ଯ୍ଯକ୍ଷମ ହୋଇ ଜନସାଧାରଣଙ୍କ ସେବାରେ ଲାଗିବ ବୋଲି ଜଣାପଡିବା ପରେ ଖଣ୍ଡପଡ଼ା ସହରବାସୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق