ମଦଭାଟି ପହିଲମାନଙ୍କ ଅବକାରୀ ଗାଡ଼ିରେ ରାଜ
କଳାହାଣ୍ଡି - ମଦଭାଟି ପହିଲମାନ ଜୟପାଟଣା ଅବକାରୀ ବିଭାଗ ଗାଡ଼ି ଉପରେ ବସି ଥିବା ଫୋଟୋ ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।ସାଧାରଣ ଲୋକେ ଅବକାରୀ ବିଭାଗ ଗାଡି ନିକଟକୁ ଯିବାକୁ ଭୟ କରୁଥିବା ବେଳେ ଜୟପାଟଣା ମଦଭାଟି ପହିଲମାନ ଅବକାରୀ ବିଭାଗ ବୁଲେରୋ ବର୍ଣ୍ଣଟ ଉପରେ ବସି ଫୋଟୋ ଉଠାଇବା ସେ କେତେ ବଳିଆନ ଏଥିରୁ ସ୍ପଷ୍ଟ ଜଣା ପଡୁଛି। ମଦ ଭାଟି ପ୍ରଦତ୍ତ ଗାଡ଼ିରେ ଅବକାରୀ ବିଭାଗ କର୍ମଚାରୀ ବସି ବିଭିନ୍ନ ଜାଗାକୁ ଯିବା ଅନେକ ନଜିର ରହିଛି ।ହେଲେ ମଦଭାଟି ପହିଲମାନ ଅବକାରୀ ବିଭାଗର ଗାଡ଼ିରେ ବସିଥିବା ଫୋଟୋ ପ୍ରମାଣିତ କରୁଛିଯେ ବିଭାଗ ସହ କେତେ ଘନିଷ୍ଟତା ରହିଛି ତାହା ଦର୍ଶାଉଛି l ଯଦି ଅବକାରୀ ବିଭାଗ ଉପରେ ମଦଭାଟି କର୍ମଚାରୀଙ୍କ ରାଜ ଚାଲେ କଣ ସେହି ଭାଟିକୁ ଆଉ ଅବକାରୀ ବିଭାଗ ତନଖି କରିବେ କି ବୋଲି ବୃଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି ହେଉଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق