BREAKING
Loading...
:

ଭିନ୍ନ ଏକ ନିଆରା ଆଶ୍ରମ, ନିତ୍ୟାନନ୍ଦ ସେବାଶ୍ରମ...

 ଭିନ୍ନ ଏକ ନିଆରା ଆଶ୍ରମ, ନିତ୍ୟାନନ୍ଦ ସେବାଶ୍ରମ...



ବାହାନଗା, -:ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଧୀନ ଗାନ୍ଧିଣା ଗ୍ରାମରେ ଗଢି ଉଠିଛି ନିତ୍ୟାନନ୍ଦ ସେବାଶ୍ରମ l ଏହି ଆଶ୍ରମ ର ମୁଖ୍ୟ ଶ୍ରୀ ଶ୍ରୀ ରାଧା ମାଧବ ଦାସ ଙ୍କ ପ୍ରୟାସ ସତରେ ଉଚ୍ଚପ୍ରଶଂସନୀୟ l ଦୁଖୀ ରଙ୍କି, ପଶୁ ପକ୍ଷୀ ଙ୍କ ମନ ବୁଝନ୍ତି ଶ୍ରୀ ଶ୍ରୀ ରାଧା ମାଧବ ଦାସ l ଏହି ଆଶ୍ରମ ଗଢି ଉଠିବା ଦିନଠାରୁ ଏହି ଅଞ୍ଚଳ ରେ ବଂଚିବାର ଢାଞ୍ଚା ବଦଳି ଯାଇଛି l ଗାନ୍ଧିଣା ଗ୍ରାମରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ l ରାଧା ନାମରେ ଅଂଚଳ ରେ ଭକ୍ତି ମୟ ସ୍ୱର l ଏହି ଆଶ୍ରମ ବଂଚିବାର ରାହା ଶିଖାଇଦେଉଛି l ଏହି ଆଶ୍ରମ ପରିବେଶ ରେ ମୁକ, ନିରାଶ୍ରୟ ଗୋମାତା ନିଜର ହକ ଜାହିର କରନ୍ତି l ଆନନ୍ଦମୟ ପରିବେଶ ରେ ଗୀତ ଗାଇ ଉଠନ୍ତି  ନିଷ୍କପଟ ପକ୍ଷୀ ମାନେ l  ଏହି ଆଶ୍ରମ ରେ ପହଂଚିବା ବେଳେକୁ ଦେଖିବାକୁ ପାଇଲୁ ଏକ ହୃଦୟସ୍ପର୍ଶୀ ଦୃଶ୍ୟ l ଏକ ବୃଦ୍ଧା ମାଆ ଙ୍କୁ ସେବା କରି ଚାଲିଛନ୍ତି ଆଶ୍ରମ ର ମୁଖ୍ୟ ରାଧା ମାଧବ ଦାସ l  ମାଆ ଜଣଙ୍କ ଖରାବର୍ଷାରେ ରାସ୍ତା କଡରେ ପଡ଼ି ରହିଥିଲେ l ଏହି ହୃଦୟବିଦାରକ ଖବର ପାଇ ଶ୍ରୀ ଶ୍ରୀ ରାଧାମାଧବ ଦାସ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ରେ ଟିକିତ୍ସା କରିବା ସହିତ ନିଜ ଆଶ୍ରମ ରେ ରଖି ସେବା କରୁଛନ୍ତି lସତରେ ବଂଚିବା ଶିଖାଉଛନ୍ତି ଆଶ୍ରମ ର ମୁଖ୍ୟ l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS