ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ଦ୍ଵାରା ବିଭିନ୍ନ ଟେକ ହୋମ ରାସନ୍ ଉତ୍ପାଦକ ସଂସ୍ଥା ଯାଞ୍ଚ ।
କେନ୍ଦ୍ରାପଡ଼ା, - :
ଜିଲ୍ଲାପାଳ ରଘୁରାମ ଆର୍ ଆୟାରଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ସମେତ ସଂପୃକ୍ତ ଅଞ୍ଚଳର ତହସିଲଦାର, ସିଡିପିଓ ଏବଂ ସୁପରଭାଇଜର ମିଳିତ ଭାବେ ଜିଲ୍ଲାର ମୋଟ ୧୨ ଗୋଟି ଟେକ୍ ହୋମ ରାସନ୍ ଉତ୍ପାଦକ ସଂସ୍ଥାର ନିରୀକ୍ଷଣ କରିଛନ୍ତି । ଉତ୍ପାଦକ ସଂସ୍ଥାର ପ୍ରସ୍ତୁତି ପର୍ଯ୍ୟାୟ, ସାମଗ୍ରୀର ଗୁଣବତ୍ତା ଓ ପରିମାଣ ସମ୍ପୂର୍ଣ ଭାବେ ଯାଞ୍ଚ କରାଯାଇଛି । ଏଥି ସହିତ ଉତ୍ପାଦକ ସଂସ୍ଥାର ଦସ୍ତାବିଜ ଗୁଡ଼ିକୁ ମଧ୍ୟ ଯାଞ୍ଚ କରିଛନ୍ତି । ନିରୀକ୍ଷଣ ଟିମ୍ ଉତ୍ପାଦକ ସଂସ୍ଥାର ଉଚ୍ଚ ମାନଦଣ୍ଡ ସହ ନିୟମାବଳୀ ପାଳନ ଉପରେ ସନ୍ତୋଷ ବ୍ୟକ୍ତ କରିଥିଲେ । ଏତଦ୍ ବ୍ୟତୀତ ସମସ୍ତ ଉତ୍ପାଦକ ସଂସ୍ଥା ଗୁଡ଼ିକ ନିର୍ଦ୍ଧିଷ୍ଟ ମାନଦଣ୍ଡ ଅନୁସରଣ କରି ଉତ୍ତମ ଗୁଣବତ୍ତା ରକ୍ଷା କରିବା ଦିଗରେ ଗୁରୁତ୍ବ ଦେଉଥିବା ନିରୀକ୍ଷଣ ଟିମ୍ ସକରାତ୍ମକ ପ୍ରତିକ୍ରିୟା ପ୍ରକାଶ ସହିତ ସ୍ୱୀକୃତି ପ୍ରଦାନ କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق