ଖଣ୍ଡପଡ଼ା ବନ୍ଧନ ବ୍ୟାଙ୍କ ଶାଖାରେ ପ୍ରତିଷ୍ଠା ଦିବସ ପାଳିତ
ଖଣ୍ଡପଡ଼ ୨୨|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରର ୧ନଂ ଓ୍ବାର୍ଡ ସ୍ଥିତ ବନ୍ଧନ ବ୍ୟାଙ୍କ ଶାଖା ପରିସରରେ ବ୍ୟାଙ୍କର ୧୦ ବର୍ଷ ପୂ୍ର୍ତ୍ତି ଅବସରରେ ପ୍ରତିଷ୍ଠା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି।ବନ୍ଧନ ବ୍ୟାଙ୍କର ଆଞ୍ଚଳିକ କ୍ଷେତ୍ର ପରିଚାଳକ ଦିଲ୍ଲୀପ କୁମାର ସ୍ବାଇଁଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ଅତିଥି ଭାବେ କାଉନସିଲର ସରୋଜ କୁମାର ପ୍ରଧାନ ଓ ପୋଲିସ ବିଭାଗ କର୍ମଚାରୀ ଗଣେଶ୍ଵର ସାହୁ ଯୋଗ ଦେଇଥିଲେ।ଖୁବ କମ ସମୟ ମଧ୍ଯରେ ବନ୍ଧନ ବ୍ୟାଙ୍କ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି ବୋଲି ଅତିଥିମାନେ ମତ ଦେଇଥିଲେ।ବନ୍ଧନ ବ୍ୟାଙ୍କ ଖଣ୍ଡପଡ଼ା ଶାଖା ପରିଚାଳକ ରଞ୍ଜନ କୁମାର ମହାନ୍ତି କାର୍ଯ୍ଯକ୍ରମରେ ସଂଯୋଜନା କରିଥିବା ବେଳେ ସମସ୍ତ କର୍ମଚାରୀ କାର୍ଯ୍ଯକ୍ରମ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ।ଆଖପାଖ ଅଞ୍ଚଳରୁ ଗ୍ରାହକମାନେ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ଯକ୍ରମରେ ଯୋଗ ଦେଇଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment