ବଦଳିଗଲା ମୋବାଇଲ ଡାଏଲ ପ୍ୟାଡ, ବ୍ୟବହାରକାରୀଙ୍କ ମନରେ ଛନକା
ଗଣିଆ ୨୩/୦୮(ମଣିଭଦ୍ରା ଖବର) ଅଚାନକ ବଦଳି ଯାଇଛି ମୋବାଇଲ ଡାଏଲ ପ୍ୟାଡ । ଅନେକ ମୋବାଇଲ ବ୍ୟବହାରକାରୀଙ୍କର ଡାଏଲ ପ୍ୟାଡରେ ପରିବର୍ତ୍ତନ ଘଟିଛି । ଯାହା ଫଳରେ ଫୋନ ବ୍ୟବହାରକାରୀଙ୍କ ମନରେ ଛନକା ପଶିଯାଇଛି । ଆଜିକାଲି ଯୁଗରେ ଫୋନରେ ଅନେକ ଫ୍ରଡ ହେଉଥିବାରୁ ଗ୍ରାହକ ମାନେ ଭୟଭୀତ ହୋଇପଡିଛନ୍ତି । ବିଶେଷକରି ଆଣ୍ଡ୍ରଏଡ ଫୋନ ବ୍ୟବହାର କରୁଥିବା ବ୍ୟକ୍ତି ବିଶେଷଙ୍କ ଫୋନରେ ପରିବର୍ତ୍ତନ ଘଟିଛି । ଡାଏଲ ପ୍ୟାଡର ରଙ୍ଗ,କଣ୍ଟାକ୍ଟ,ମେସେଜ ଏବଂ ଡିଜାଇନରେ ମଧ୍ୟ ପରିବର୍ତ୍ତନ ହୋଇଛି । ଏମିତିକି ଫୋନରେ ଆଉଟଗୋଇଙ୍ଗ ଏବଂ ଇନକମିଙ୍ଗର ରୂପରେଖ ବଦଳି ଯାଇଛି । ହଠାତ୍ ଏଭଳି ପରିବର୍ତନ ହୋଇଥିବାରୁ ବ୍ୟବହାରକାରୀ ଆଶା ଓ ଆଶଙ୍କାରେ ରହିଛନ୍ତି । ଗାଁ ଗହଳିରେ ଫୋନ୍ ବ୍ୟବହାର କରୁଥିବା ଲୋକେ ସାଧାରଣତଃ ଏଭଳି ପରିବର୍ତନରେ ପ୍ରଶ୍ନ କରିଛନ୍ତି । କିନ୍ତୁ ଏହାର କାରଣ କେହି ବି ଜାଣିପାରୁନଥିବା ପ୍ରକାଶ କରିଛନ୍ତି ।
ମଣିଭଦ୍ରା ଖବର
Post a Comment