ଗଣିଆରେ ଚିନ୍ତା ବଢାଉଛି କାଉ ମଡକ
ଗଣିଆ ୨୪/୦୮(ବ୍ୟୁରୋ) ଗଣିଆରେ ଚିନ୍ତା ବଢ଼ାଉଛି କାଉ ମଡକ । ବାର୍ଡ ଫ୍ଳୁ ଆଶଙ୍କା କରି ଭୟଭୀତ ଲୋକେ । ଗଣିଆ ହାଟ ପାଖରେ ଥିବା ମହାବୀର ସାଂସ୍କୃତିକ ପରିଷଦ ଗୃହ ସମ୍ମୁଖରେ ୫ରୁ ଅଧିକ କାଉ ମରି ପଡିଥିବା ଦେଖିବାକୁ ମିଳିଥିବା ବେଳେ ସେଠାରେ ଆଉ ୨ଟି କାଉ ଘୁମାଉଥିଲେ । ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧି ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ଖବର ଦେଇଥିଲେ ।
ତେବେ ସେମାନଙ୍କୁ ଘୁମା ରୋଗ କିମ୍ବା କୈାଣସି ପଚାସଢା ବିଷାକ୍ତ ଖାଦ୍ୟ ଖାଇଥିବେ ସେଥିପାଇଁ ମରି ପଡୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି । ସେମାନଙ୍କ ନମୁନା ସଂଗ୍ରହ କରି ପରୀକ୍ଷା କଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି । ତେବେ ଗଣିଆରେ ଏଭଳି କାଉ ମଡକ ଜନସାଧାରଣଙ୍କ ଚିନ୍ତା ବଢାଇ ଦେଇଥିବା ବେଳେ ବାର୍ଡ ଫ୍ଳୁ ଆଶଙ୍କାରେ ଲୋକେ ଆତଙ୍କିତ ଅଛନ୍ତି । ପ୍ରାଣୀ ଚିକିତ୍ସା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ମଣିଭଦ୍ରା ଖବର, ଗଣିଆ
Post a Comment