BREAKING
Loading...
:

ଖୋର୍ଦ୍ଧାରୋଡ ରେଳ ମଣ୍ଡଳରେ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ:*

 *ଖୋର୍ଦ୍ଧାରୋଡ ରେଳ ମଣ୍ଡଳରେ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ:*



ଖୋର୍ଦ୍ଧାରୋଡ ରେଳ ମଣ୍ଡଳରେ ସୁବିଧାରେ, ସୁରକ୍ଷିତ ଓ ସମ୍ମାନପୂର୍ଣ୍ଣ ଯାତ୍ରା ପାଇଁ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ ଆୟୋଜନ କରାଯାଇଛି। ଯାତ୍ରୀମାନଙ୍କୁ ସହଜ, ସୁବିଧାଜନକ ଓ ସୁରକ୍ଷିତ ଯାତ୍ରା ପ୍ରଦାନ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ।


ଶ୍ରୀ ଅନିଲ କୁମାର ଏସ୍., ବରିଷ୍ଠ ମଣ୍ଡଳ ବାଣିଜ୍ୟିକ ପ୍ରବନ୍ଧକ, ଖୋର୍ଦ୍ଧାରୋଡଙ୍କ ନେତୃତ୍ୱରେ ଏହି ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ କରାଯାଉଛି, ଯେଉଁଥିରେ ବାଣିଜ୍ୟ ଅଧିକାରୀ, ଟିକେଟ୍ ଯାଞ୍ଚକାରୀ (TTEs) ଓ ରେଳ ସୁରକ୍ଷା ବଳ (RPF) କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇଛନ୍ତି।


*ଟିକେଟ୍ ବିହୀନ ଯାତ୍ରୀ ହ୍ରାସ – ଯାତ୍ରୀମାନେ ବର୍ତ୍ତମାନ ସମ୍ମାନ ସହିତ ଯାତ୍ରା କରୁଛନ୍ତି*


ଗତ ୫ ଦିନ ଧରି ଖୋର୍ଦ୍ଧା ରୋଡ଼-ବ୍ରହ୍ମପୁର ରେଳ ସେକ୍ସନ୍‌ରେ ବ୍ୟାପକ ଟିକେଟ ଯାଞ୍ଚ ଅଭିଯାନ କରାଯାଇଛି। ଖଲିକୋଟ, ଗଞ୍ଜାମ, କୁହୁଡି, ଭୂଷଣ୍ଢପୁର, ରମ୍ଭା, ନିରାକରପୁର ଓ ତାପଙ୍ଗ ଷ୍ଟେସନ୍‌ରେ ଆୟୋଜିତ କରାଯାଇଥିବା ଟିକେଟ ଯାଞ୍ଚ ଅଭିଜନରେ ୫୦୦ ଟି ବିନା ଟିକେଟ୍ ଯାତ୍ରାର କେସ୍ ଧରାପଡ଼ିଛି ଯେଉଁଥିରେ ୨ ଲକ୍ଷ ଟଙ୍କା ଜରିମାନା ଟିକେଟ ଚେକିଂ କର୍ମଚାରୀ, ରେଳ ଅଧିକାରୀ ଓ ସୁପରଭାଇଜରମାନଙ୍କର ତତ୍ତ୍ୱାବଧାନରେ ଆଦାୟ କରାଯାଇଛି।


ଏହି ଅଭିଯାନରେ ଦିନମଜୁରୀ କରୁଥିବା ଯାତ୍ରୀମାନେ ବର୍ତ୍ତମାନ ବୈଧ ଟିକେଟ୍ କିଣି ଯାତ୍ରା କରୁଛନ୍ତି। ଫଳରେ, ଟିକେଟ୍ ବିହୀନ ଯାତ୍ରାରେ ଲକ୍ଷଣୀୟ ହ୍ରାସ ଘଟିଛି ଓ ସଚେତନତା ବୃଦ୍ଧି ପାଇଛି।


*ଛାତ୍ରଛାତ୍ରୀ ଓ ଯାତ୍ରୀଙ୍କ ପାଇଁ ଆହ୍ୱାନ*


ସମସ୍ତଙ୍କୁ ବୈଧ ଟିକେଟ୍ କିମ୍ବା ଯାତ୍ରା ଅନୁମତି ପତ୍ର ସହିତ ଯାତ୍ରା କରିବା ପାଇଁ ରେଳ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଅଛି ଯାହାଦ୍ୱାରା ସେମାନେ ସମ୍ମାନର ସହ ଯାତ୍ରା କରିପାରିବେ ।




*ଆଗାମୀଦିନରେ ମଧ୍ୟ ନିୟମିତ ଯାଞ୍ଚ*


ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ନିୟମିତ ଭାବେ ବିଭିନ୍ନ ଷ୍ଟେସନ୍‌ରେ ଏପରି ବିଶେଷ ଯାଞ୍ଚ ଅଭିଯାନ ଚାଲୁ ରଖିବ। ଶ୍ରୀ ଅନିଲ କୁମାର ଏସ୍., ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ କହିଛନ୍ତି ଯେ ଏହି ବିଶେଷ ଯାଞ୍ଚ ବୈଧ ଯାତ୍ରୀମାନଙ୍କୁ ସୁବିଧାଜନକ ଓ ସୁରକ୍ଷିତ ଯାତ୍ରା ଦେବାରେ ଉଦ୍ଦିଶ୍ୟ। ସେ ସମସ୍ତଙ୍କୁ ଯଥାଯଥ ଟିକେଟ୍/ଅନୁମତି ପତ୍ର ସହିତ ଯାତ୍ରା କରିବାକୁ ଅନୁରୋଧ କରିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS