ଶତ୍ରୁତାରୁ ଟାଙ୍ଗିଆରେ ହାଣି ହତ୍ୟା ଉଦ୍ୟମ
ଗଜପତି(ମନୋଜ କୁମାର ପାଢୀ)- ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଥାନାରେ ଅଭିଯୋଗ ହୋଇଛି । ମୋହନା ଥାନା ଅନ୍ତର୍ଗତ ଧାଡିଆମ୍ବ ପଞ୍ଚାୟତ ଅଧିନ ରୁଆଆମ୍ବ ଗ୍ରାମରେ ଗୁରୁବାର ରାତିରେ ନାରାୟଣ ପାଣ୍ଡା ନାମକ ଜଣେ ଯୁବକ ନିଜ ଘର ପିଣ୍ଡାରେ ବସିଥିଲା । ଏହି ସମୟରେ ଗ୍ରାମର ବିଟି ସାହୁ ନାମକ ଜଣେ ଯୁବକ ହଠାତ ଆସି ନାରାୟଣଙ୍କୁ ଏକ ଟାଙ୍ଗିଆରେ ମୁଣ୍ଡକୁ ହାଣି ଦେଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ନାରାୟଣଙ୍କୁ ପ୍ରଥମେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ଗୁରୁତ୍ବର ଥିବାରୁ ନାରାୟଣଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ନାରାୟଣ ବାପା ସୁନୀଲ ପଣ୍ଡାଙ୍କୁ ଲିଖିତ ଅଭିଯୋଗ ପ୍ରକାରେ ପୁଲିସ ଏକ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ବିଟୁ ସାହୁକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ଚାଲିଛି ।
ମଣିଭଦ୍ରା ଖବର, ଗଜପତି
Post a Comment