ମରାମତି ହେଲା ଆମ୍ବନାଳ ସେତୁର ବାହ୍ଯ ପ୍ରାଚୀର
ଖଣ୍ଡପଡ଼ା, ୨୨|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ାରୁ ଭାପୁରକୁ ସଂଯୋଗ କରୁଥିବା ରାସ୍ତାରେ ଅବସ୍ଥିତ ଆମ୍ବନାଳ ସେତୁର ବାହ୍ୟ ପ୍ରାଚୀରର କିଛି ଅଂଶ ଆଜକୁ ୨ ବର୍ଷ ତଳେ ଭାଙ୍ଗି ଯାଇଥିଲା । ବାରମ୍ବାର ଦୃଷ୍ଟି ଆକର୍ଷଣ ସତ୍ବେ ମଧ୍ଯ ସେତୁର ବାହ୍ୟ ପ୍ରାଚୀରର ମରାମତି ଦିଗରେ ଖଣ୍ଡପଡ଼ା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଧ୍ୟାନ ନଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଥିଲା।ତେବ ଏ ସଂର୍ପକରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଖଣ୍ଡପଡା ପୂର୍ତ୍ତବିଭାଗ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗି ଥିଲା।ଖଣ୍ଡପଡ଼ା ପୂର୍ତ୍ତବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀ ରାଧେଶ୍ୟାମ କାଲୋଙ୍କ ନିର୍ଦ୍ଦେଶକ୍ରମେ ବିଭାଗ ପକ୍ଷରୁ ଉକ୍ତ ଭାଙ୍ଗି ଯାଇଥିବା ଉକ୍ତ ସେତୁର ବାହ୍ଯ ପ୍ରାଚୀରର ମରାମତି କାର୍ଯ୍ଯ ଆରମ୍ଭ ହୋଇଥିବା ଜଣାପଡିଛି।ସୁରକ୍ଷା ଦୃଷ୍ଟିରୁ ସେତୁର ବାହ୍ଯ ପ୍ରାଚୀର ମରାମତି କାର୍ଯ୍ଯ ଆରମ୍ଭ ହୋଇଥିବାରୁ ଅଞ୍ଚଳବାସୀଙ୍କ ମଧ୍ଯରେ ଆନନ୍ଦ ପ୍ରକାଶ ପାଇଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment