ଖଣ୍ଡପଡ଼ା ବିଦ୍ୟାଳୟସ୍ତରୀୟ କ୍ରୀଡା ସଂଗଠନର ବୈଠକ
ଖଣ୍ଡପଡ଼ା ୨୨|୮ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହିସ୍ଥିତ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କ୍ରୀଡା ସଂଗଠନର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଖଣ୍ଡପଡ଼ା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର କରଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ସମସ୍ତ ବିଦ୍ୟାଳୟର କ୍ରୀଡାଶିକ୍ଷକ, ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।ଏ ଅବସରରେ ବିଭିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବାସହ ଭବିଷ୍ଯତ କାର୍ଯ୍ଯପନ୍ଥା ସଂର୍ପକରେ ନୀତି ନିର୍ଦ୍ଧାରଣ କରାଯାଇଥିଲା।ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ଏବିଇଓ କଳିଙ୍ଗ ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ।ପରିଶେଷରେ କ୍ରୀଡାଶିକ୍ଷକ ପ୍ରମୋଦ କୁମାର ପଣ୍ଡାଙ୍କ ସମେତ ପ୍ରମୋଦ କୁମାର ପ୍ରଧାନ ଓ ଶଙ୍କର ଦାସ ପ୍ରମୁଖଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା
Post a Comment