BREAKING
Loading...
:

କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ

 କଂଗ୍ରେସର ସାଙ୍ଗଠନିକ ବୈଠକ ଅନୁଷ୍ଠିତ                        



 ଖଣ୍ଡପଡ଼ା ୨୨|୮(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର) :  ଖଣ୍ଡପଡ଼ା ବ୍ଲକ ଅଧିନ ଖଳିସାହି ଗ୍ରାମର ପ୍ରଭୁ ତୋଟା ହନୁମାନଙ୍କ କଲ୍ୟାଣମଣ୍ଡପ ପରିସରରେ କଂଗ୍ରେସ ପକ୍ଷରୁ ଖଣ୍ଡପଡ଼ା ଓ ଭାପୁର ବ୍ଲକ ସମେତ ଖଣ୍ଡପଡ଼ା ନଗର ସଭାପତି ଚୟନ ନେଇ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ମହାରଣାଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ନୟାଗଡ଼ ଜିଲ୍ଲା କଂଗ୍ରେସ ସଭାପତି ସତ୍ୟବ୍ରତ ନାୟକଙ୍କ ପୌରହିତ୍ୟ କରିଥିଲେ। ମୁଖ୍ୟ ଅତିଥି ଭାବେ ଅଖିଳ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସ କିଷାନ ମୋର୍ଚ୍ଚା ସଂଯୋଜକ ତଥା ନୟାଗଡ ଜିଲ୍ଲା ପର୍ଯ୍ଯବେକ୍ଷକ        ଅମୀୟ କୁମାର ପଟ୍ଟନାୟକ ଯୋଗଦେଇ କଂଗ୍ରେସ ସଙ୍ଗଠନକୁ ତୃଣମୂଳସ୍ତରରୁ ସୁଦୃଢ କରିବା ଉପରେ ଗୁରୁତ୍ଵାରୋପ       କରିଥିଲେ। ଏଥି ନିମନ୍ତେ ସମସ୍ତ କର୍ମୀ,କର୍ମକର୍ତ୍ତା ଓ ସଂଗଠକମାନେ ନିଷ୍ଠାର ସହ ଦୃଢ ମନୋବଳ ନେଇ କାର୍ଯ୍ୟ କରିବା ପାଇଁ ସେ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ନେତ୍ରୀ ବିନୋଦିନୀ ମହାନ୍ତି, ଭାପୁର ବ୍ଲକ ସଭାପତି ବାବୁଲି ଧଳ, ପୂର୍ବତନ ଏନଏସି ଅଧ୍ୟକ୍ଷ ଗିରିଧାରୀ ମହାପାତ୍ର, ଯୁବ ସଭାପତି ଦିଲ୍ଲୀପ ଖୁଣ୍ଟିଆ,ଖଣ୍ଡପଡ଼ା ନଗର ସଭାପତି ସନ୍ତୋଷ କୁମାର ସାହୁ,ଯୁବନେତା ପ୍ରକାଶ ଖୁଣ୍ଟିଆ, କିଆଝର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଯୋଧ୍ୟା ମହାଳିକ, ପୂର୍ବତନ ସମିତିସଭ୍ୟ ହରି ମହାନ୍ତି, ଜଗନ୍ନାଥ ନାୟକ ପ୍ରମୁଖ ବୈଠକରେ ଉପସ୍ଥିତ ରହି ଦଳର  ଭବିଷ୍ୟତ କାର୍ଯ୍ୟପନ୍ଥା ସଂର୍ପକରେ ନୀତି ନିର୍ଦ୍ଧାରଣ କରିଥିଲେ।   ସାଧାରଣ ଲୋକଙ୍କ ମୌଳିକ ସମସ୍ୟାର ସମାଧାନ ନେଇ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆ ଯାଇଥିଲା।ତେବେ ଖଣ୍ଡପଡ଼ା, ଭାପୁର ବ୍ଲକ ସମେତ ଖଣ୍ଡପଡ଼ା ନଗରର ନୂତନ ସଭାପତି ଚୟନ ନେଇ ଉପସ୍ଥିତ କର୍ମୀ ଓ ସଂଗଠକ ମାନଙ୍କ ମତାମତ ନିଆଯାଇଥିବା ବେଳେ ଖୁବଶୀଘ୍ର ରାଜ୍ୟ ନେତୃବୃନ୍ଦ ଙ୍କ ଉପସ୍ଥିତରେ ସେମାନଙ୍କ ନାମ ଘୋଷଣା ହେବ ବୋଲି ବୈଠକରେ ସୂଚନା ପ୍ରଦାନ କରାଯାଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS