ଖୁବ୍ ଶିଘ୍ର ଆରମ୍ଭହେବ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ ।
★ ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ।
ଦଶପଲ୍ଲା : - ( ମଣିଭଦ୍ରା ଖବର ) ଖୁବ୍ ଶିଘ୍ର ଆରମ୍ଭ ହେବ ନୟାଗଡ଼ ଜିଲ୍ଲା , ଦଶପଲ୍ଲା ବ୍ଲକ୍ ର ଟାକରା ପଂଚାୟତର ମଂଜାରୀ ଗ୍ରାମରେ ହେବାକୁ ଥିବା , ବୃତ୍ତଂଗ ଜଳସେଚନ ପ୍ରକଳ୍ପ ର କାର୍ଯ୍ୟ । ନୟାଗଡ଼ ଜିଲ୍ଲା ସମେତ ଖୋର୍ଦ୍ଧା ଜିଲ୍ଲା ର କିଛି ଅଂଶ ଏହି ପ୍ରକଳ୍ପ ଦ୍ବାରା ଜଳସେଚିତ ହୋଇପାରିବ । ଜଳାଭାବ ଯୋଗୁଁ ,ଚାଷକାର୍ଯ୍ୟ ପ୍ରଭାବିତ ହେଉଥିବା ବେଳେ ଜିଲ୍ଲାର ବହୁ ପ୍ରତୀକ୍ଷିତ ବୃତ୍ତଂଗ ଜଳସେଚନ ପ୍ରକଳ୍ପ ଉପରେ ସାରା ଜିଲ୍ଲାବାସୀଙ୍କ ନଜର ରହିଛି । ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାରେ ଚାଷ ଓ ଚାଷୀଙ୍କ ବିକାଶ ହେବା ସାଙ୍ଗକୁ ଚାଷର ଅଭିବୃଦ୍ଧି ହେବା ନେଇ ଲକ୍ଷ୍ୟ ରଖାଯାଇଛି । ଏହା ମଧ୍ୟରେ ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ରୂପରେଖା ନିମନ୍ତେ ପ୍ରଶାସାନିକ ସ୍ତରରେ ପ୍ରସ୍ତୁତି ଚାଲିଛି । ସ୍ପିଲ୍ ବାଇ ଏବଂ ଡ୍ୟାମ୍ ବା ବନ୍ଧ ନିର୍ମାଣ ସ୍ଥଳର ମୃତ୍ତିକା ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯିବା ସହ, ପ୍ରଥମ ପର୍ଯ୍ୟାୟରେ ଡିନାଇନ୍ ବା ରୂପରେଖ ପ୍ରସ୍ତୁତ ଚାଲିଥିବା ବିଭାଗ ପକ୍ଷରୁ କୁହାଯାଉଛି। ଏହି ପ୍ରକଳ୍ପ ପାଇଁ ୨୦୨୩ ଆର୍ଥିକ ବର୍ଷରେ ୧୬୫୮୭୨ କୋଟି ଟଙ୍କା ବ୍ୟୟବରାଦ ହୋଇଛି। ଗତବର୍ଷ ଜୁଲାଇ ମାସରେ କେନ୍ଦ୍ର ସରକାରଙ୍କ ଜଂଗଲ ଓ ପରିବେଶ ଏବଂ ଜଳବାୟୁ ପରିବେଶ ମନ୍ତ୍ରଣାଳୟ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଜଂଗଲ ମଞ୍ଜୁରି ମିଳିଥିବା ବେଳେ , ଗତ ଫେବ୍ରୁଆରି ମାସରେ ଦ୍ବିତୀୟ ପର୍ଯ୍ୟାୟ ପରିବେଶ ମଞ୍ଜୁରି ଉପରେ ମୋହର ବାଳିଥିବା ରୁ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ପାଇଁ ଆସନ୍ତା ଡିସେମ୍ବର ସୁଦ୍ଧା ଏହାର ଭିଉଁପ୍ରସ୍ତର ସ୍ଥାପନ ନିମନ୍ତେ ଲକ୍ଷ୍ୟ ରଖାଯାଇଥିବା ଦୂତ୍ତଙ୍ଗ ଜଳସେଚନ ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ପ୍ରକାଶ ପ୍ରଧାନ କହିଛନ୍ତି । ବଡ଼କଥା ହେଉଛି, କାର୍ଯ୍ୟଲ ଅଗ୍ରଗତି ନିମନ୍ତେ ଯେତିକି ସଂଖ୍ୟକ କର୍ମଚାରୀ ଆବଶ୍ୟକ ତାହା ନାହାନ୍ତି । ଏବେ ଜଳ ସଂରକ୍ଷଣ ଓ ଜଳ ଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ସମ୍ପୂର୍ଣ୍ଣ ତାଟା ବେସ୍ ପ୍ରସ୍ତୁତ ହୋଇ ଜେନ୍ଦ୍ରୀୟ ଜଳ କମିସନ କୁ ରିପୋର୍ଟ ପଠାଯାଉଛି । ଏସବୁ ମଧ୍ୟରେ ଖୁବ୍ଶୀଘ୍ର ଜଳସେଚନ ପ୍ରକଳ୍ପ ପାଇଁ ବିହ୍ନଟ ହୋଇଥିବା ସ୍ଥାନର ଜମି ଅଧିଗ୍ରହଣ କାର୍ଯ୍ୟ ଆରମ୍ଭ ହେବ ଏଥିପାଇଁ ଦଶପଲ୍ଲା ଡହସିଲଦାର ସ୍ମୃତିରଂଜନ ଶତପଥୀଙ୍କୁ ଦୂତ୍ତଂଗ ଜଳସେଚନ ପ୍ରକଳ୍ପର ଭୂ - ଅର୍ଜନ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି । ବିଶେଷଜଗି ଏହି ପ୍ରକଳ୍ପ ଦ୍ବାରା ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଖଣ୍ଡପଡା, ନୂଆଗାଁ, ଓଡ଼ଗାଁ ବୁକ୍ର ୨୩୩ ହନାଇ ୩ ଶହ ଦେକ୍ଟର ଜମି ଜଳସେଚିତ ହେବା ନେଇ କକ୍ଷ୍ୟ ରଖାଯାଇଛି । ସମୁଦାୟ ୩ ହନାର ୫ ଶହ ୫୨ ହେକ୍ଟର ପରିମିତ ସ୍ଥାନ ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ମଧ୍ୟରେ ୧୯ ୬୨୪ ହେକ୍ଟର ଜଙ୍ଗଲ ଜମି, ୭୯୦.୮୮ ହେକ୍ଟର ଘରବାରୀ ଜମି ଓ ୧୨୩୭.୦୧ ହେକ୍ଟର ସରକାରୀ ଜମି ଥିବାବେଳେ ୨୧୨୧.୪୧ ହେକ୍ଟର ଜମି ଜଳପ୍ଲାଦିତ ହେବ । ଏସବୁ ମଧ୍ୟରେ ଉଚ୍ଚପଦସ୍ଥ ଅଧିକାରୀମାନେ ବିଭିନ୍ନ ସମୟରେ ବାରମ୍ବାର କ୍ଷେତ୍ର ପରିଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।
ମଣିଭଦ୍ରା ଖବର, ଦଶପଲ୍ଲା
Post a Comment