BREAKING
Loading...
:

ବ୍ଲକସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର

 ବ୍ଲକସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର

       



 ଭାପୁର ବ୍ଳକସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର ସମ୍ମିଳନୀ ସ୍ଥାନୀୟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ନୟାଗଡ଼ ଜିଲ୍ଲା ପାଠଚକ୍ର ସଂଯୋଜକ ସୁନୀଲ କୁମାର ପୃଷ୍ଟିଙ୍କ ପୌରହିତ୍ୟରେ ରବିବାର ଦିନ ପାଳିତ ହୋଇଯାଇଛି । ଏଥିରେ ନୟାଗଡ଼ ଜିଲ୍ଲା ଆବାହକ ସନାତନ ଲେଙ୍କା, ମହିଳା ପାଠଚକ୍ର ସଂଯୋଜିକା ପୁଷ୍ପାଞ୍ଜଳୀ ସାହୁ, ପ୍ରକୃତି ବନ୍ଧୁ ସୁକାନ୍ତ ଚୌଧୁରୀ ପ୍ରମୁଖ ଯୋଗଦାନ କରି ପାଠଚକ୍ର

ଜୀବନଚର୍ଯ୍ୟାର ମୁଖ୍ୟାଧାର ବୋଲି କହିଥିଲେ । ପାଠଚକ୍ର ମାଧ୍ୟମରେ ମହାନ ଯୋଗୀ ଶ୍ରୀଅରବିନ୍ଦଙ୍କର ପୂର୍ଣ୍ଣାଙ୍ଗ ଯୋଗ ତଥା ଅତିମାନସ ସତ୍ତାକୁ ଉପଲବ୍ଧି କରାଯାଇ ପାରିବ । ମହାନ ବିପ୍ଳବୀ ଶ୍ରୀଅରବିନ୍ଦ ସ୍ଵାଧୀନତା ପାଇଁ ଯେଉଁ ତ୍ୟାଗ ସ୍ଵୀକାର କରିଛନ୍ତି ବାସ୍ତବିକ ତାର ପଟାନ୍ତର ନାହିଁ । ଭାପୁର ବ୍ଲକରେ ପାଠଚକ୍ରକୁ ତ୍ୱରାନ୍ୱିତ କରି ଘରେ ଘରେ ଶ୍ରୀଅରବିନ୍ଦଙ୍କ ମହାନ ବାଣୀକୁ ପ୍ରଚାର କରିବା ପାଇଁ ବକ୍ତାମାନେ ପଞ୍ଚାୟତ ଅର୍ଗାନାଇଜର ମାନଙ୍କୁ ପରାମର୍ଶ ଦେଇଥିଲେ । କରବର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଟ୍ରଷ୍ଟି ଫକୀର ମୋହନ ସ୍ୱାଇଁ ପରିଚୟ ପ୍ରଦାନ କରିଥିବା ବେଳେ ଭାପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ବିରଞ୍ଚି ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉଭୟ ଅନୁଷ୍ଠାନର ଅପା ଭାଇମାନଙ୍କ ସହଯୋଗରେ ପାଠଚକ୍ରଟି ବେଶ୍ ସରସ ସୁନ୍ଦର ହୋଇଥିଲା ।

ମଣିଭଦ୍ରା ଖବର, ଭାପୁର 

Post a Comment

Previous Post Next Post
Header ADS