BREAKING
Loading...
:

ପୋଖରୀରୁ ବୃଦ୍ଧଙ୍କର ମୃତଦେହ ଉଦ୍ଧାର

 ପୋଖରୀରୁ ବୃଦ୍ଧଙ୍କର ମୃତଦେହ ଉଦ୍ଧାର                          



ଖଣ୍ଡପଡ଼ା ୨୪|୮ (ନି.ପ୍ର) ଖଣ୍ଡପଡ଼ା ଥାନା ଅଧିନ ସିଂଘାପଡ଼ା ଗ୍ରାମ ତଳସାହିର ବାସିନ୍ଦା ଗୋଲାପ ବେହେରା (୬୫)ଙ୍କର ପୋଖରୀରେ ବୁଡ଼ି ଅକାଳ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।ରବିବାର ଭୋରରୁ ଗ୍ରାମ ନିକଟସ୍ଥ ପୋଖରୀକୁ ବୃଦ୍ଧା ଜଣକ ଗାଧୋଇବାକୁ ଯାଇ ଆଉ  ଘରକୁ ନଫେରିବାରୁ ପରିବାରବର୍ଗଙ୍କ ମନରେ ସନ୍ଦେହ  ଜାତ ହୋଇଥିଲା।ପରିବାରବର୍ଗ ସାଇ ପଡିଶା ସମେତ ଆଖପାଖ ସ୍ଥାନରେ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ ତାଙ୍କର କୌଣସି  ସନ୍ଧାନ ମିଳିନଥିଲା। ତେବେ ଦିର୍ଘ ସମୟ ପରେ ଘର ନିକଟସ୍ଥ ପୋଖରୀରେ ବୃଦ୍ଧାଙ୍କର ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ନଜରକୁ ଆସିଥିଲା।ଖବରପାଇ ପରିବାରବର୍ଗ ପୋଖରୀ ନିକଟରେ ପହଞ୍ଚିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ପୋଖରୀ ମଧ୍ଯରୁ ବୃଦ୍ଧାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।ତେବେ ମୃତ ବୃଦ୍ଧାଙ୍କର ସ୍ୱାମୀ ଚୈତନ୍ୟ ବେହେରା ଖଣ୍ଡପଡ଼ା ଥାନାରେ ଏ ସଂର୍ପକରେ ଲିଖିତ ଅଭିଯୋଗ କରିବାରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଖଣ୍ଡପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି। ତେବେ ବୃଦ୍ଧାଙ୍କୁ ହତ୍ୟା କରାଯାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।ଘଟଣାକ୍ରମେ ବିଭିନ୍ନ ସମୟରେ ଶାଶୁ ଓ ବୋହୂଙ୍କ ମଧ୍ଯରେ ଘରେ କଳହ ଲାଗୁଥିବା ନେଇ ସ୍ଥାନୀୟ ବାସିନ୍ଦାଙ୍କ ସୁତ୍ରରୁ ସୂଚନା ମିଳିଥିବା ବେଳେ ବୃଦ୍ଧାଙ୍କର ମୃତ୍ୟୁ ଆକସ୍ମିକ ନା ସୁଚିନ୍ତିତ ଉପାୟରେ ହତ୍ୟା ଜନିତ ବୋଲି ସାଧାରଣରେ ନାନା କଲ୍ପନାଜଳ୍ପନା ପ୍ରକାଶ ପାଇଛି। ଅପରପକ୍ଷରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ହସ୍ତଗତ ହେବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ପୋଲିସ ସୂତ୍ରରୁ ସୂଚନା ମିଳିଛି। 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS