BREAKING
Loading...
:

ତାମୁସିଂ ଗାଁକୁ ବିକାଶ ସାତସପନ

 ତାମୁସିଂ ଗାଁକୁ ବିକାଶ ସାତସପନ  



 ଗଜପତି୨୫/8(ମନୋଜ ପାଢୀ): ଦେଶ ସ୍ୱାଧୀନ ହୋଇ 80 ବର୍ଷ ଚାଲୁଛି ତଥାପି ସମ୍ପୂର୍ଣ ସ୍ୱାଧୀନ ହୋଇପାରି ନାହାନ୍ତି ତାମୁସିଂ ଗ୍ରାମବାସୀ, ବର୍ତମାନ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଏହି ଗ୍ରାମରେ ସମ୍ପୂର୍ଣ ବିଫଳ ହୋଇଛି। ଗ୍ରାମର ବିକାଶକୁ ଯଦି ଅନୁଧ୍ୟାନ କରାଯାଏ ତାହାହେଲେ ଗମନାଗମନ, ପାନୀୟ ଜଳ, ସ୍ୱାସ୍ଥ୍ୟ ଓ ଶିକ୍ଷା। ଏସମସ୍ତ ସାତ ସପନ ପାଲିଟିଛି ତାମୁସିଂ ଗ୍ରାମବାସୀଙ୍କ ପାଇଁ। ଏହି ବିକଳ ଚିତ୍ର ଦେଖିବାକୁ ମିଳିଛି ଗୁମ୍ମା ବ୍ଲକ ଅନ୍ତର୍ଗତ ତରଙ୍ଗଡ଼ା ପଞ୍ଚାୟତର ତାମୁସିଂ ଗ୍ରାମରେ ରେ। ଏହି ଗ୍ରାମରେ 70 ପରିବାରରୁ ଅଧିକରୁ ଵାସ କରୁଥିବାବେଳେ ସରକାରୀ ଭାବରେ ଏହା ଗୋଟିଏ ରାଜସ୍ବ ଗ୍ରାମ ଅଟେ। ଯାହା ବଣ ଜଙ୍ଗଲ ଘେରା ଦେବଗିରି ପାହାଡ଼ ଉପରେ ଅବସ୍ଥିତ। ମୁଖ୍ୟ ରାସ୍ତା ଠାରୁ ଗ୍ରାମକୁ କେବଳ 7 କି. ମି ଦୂରତା ଅଟେ ଯାହା ସମ୍ପୂର୍ଣ ପାହାଡ଼ ଜଙ୍ଗଲ ଦେଇ କେବଳ ପାଦ ଚଲା ରାସ୍ତା ଟିଏ ଅଛି। ପ୍ରାଥମିକ ବିଦ୍ୟାଳୟ ଟିଏ ଥିଲା ସରକାର ତାହାକୁ 2017 ରେ ବନ୍ଦ କରି ଦେଇଛନ୍ତି। ସେଥିରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଂକୁ ଶିକ୍ଷା ବିଭାଗର ଅଧିକାରୀ ମାନେ ନିକଟସ୍ଥ ବିଦ୍ୟାଳୟ ମାନଙ୍କରେ ନାମ ଲେଖାଇ ନିଜର କାମ ସାରିଦେଇଛନ୍ତି। କିନ୍ତୁ ଛୋଟ ଛୋଟ ପିଲାମାନେ ପ୍ରତିଦିନ 8କିମି ଚାଲିଚାଲି ଯିବା ଆସିବା ସମ୍ଭାବପର ହେଉନାହିଁ। କାରଣ ଘଞ୍ଚ ଜଙ୍ଗଲ ଦେଇ ପିଲାମାନେ ଯିବା ଆସିବା କରିବା ବନ୍ୟ ଜନ୍ତୁର ଶିକାର ହେବା ମଧ୍ୟ ଏକ ପ୍ରକାର ଭୟ ରହୁଛି। ଏଣୁ ଅନେକ ପିଲା ପାଠ ପଢ଼ାରେ ଡୋରି ବାନ୍ଧିବାକୁ ବସିଲେଣି। କେବଳ ନାମକୁ ମାତ୍ର ବିଦ୍ୟାଳୟ ରେ ନାମ ଲେଖାହୋଇଥିବାବେଳେ ସେମାନେ ବିଦ୍ୟାଳୟ କୁ ଯାଉନଥିବା ପ୍ରକାଶ କରିଛନ୍ତି। ବର୍ତମାନ ଆସ ସ୍କୁଲ ଯିବା କାର୍ଯ୍ୟକ୍ରମ ଚାଲୁଥିଲେ ମଧ୍ୟ କୌଣସି ଶିକ୍ଷକ ଶିକ୍ଷୟିତ୍ରୀ ପିଲାମାନଙ୍କ ନିକଟରେ ପହଂଚିନଥିବା ସୂଚନା ମିଳିଛି। ବିଶେଷ କରି ଗ୍ରାମର ଭବିଷ୍ୟତ କୁହାଯାଉଥିବା ପିଲାମାନଙ୍କର ପାଠ ପଢ଼ାରେ ବ୍ୟାଘାତ ହେଉଥିବା ଯୋଗୁଁ ଅଭିବାବକ ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଆମ୍ବୁଲାନ୍ସ ଯିବାକୁ ଭଲ ରାସ୍ତା ନଥିବା ଯୋଗୁଁ ଗର୍ଭବତୀ ଓ ରୋଗୀ ମାନଙ୍କୁ କେବଳ ଖଟିଆରେ ବୋହି ମୁଖ୍ୟ ରାସ୍ତାକୁ ନେଉଥିବା ସୂଚନା ମିଳିଛି। ରାସ୍ତା ନିମନ୍ତେ ବ୍ଲକ ସ୍ତର, ଜିଲ୍ଲା ଓ ରାଜ୍ୟ ସ୍ତରରେ ଅଭିଯୋଗ କରିକରି ନୟାନ୍ତ ହେଲେଣି ତତ୍କାଳୀନ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଥରେ ଗ୍ରାମକୁ ଯାଇ ରାସ୍ତା କାମ ତୁରନ୍ତ କରିବି ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ତାହା ପାଣିର ଗାର ପାଲିଟିଛି।ପାନୀୟ ଜଳ ବ୍ୟବସ୍ଥା କଥା ନ କହିବା ଭଲ କାରଣ ବସୁଧା ଯୋଜନା ଏମାନଙ୍କ ନିମନ୍ତେ ସ୍ବପ୍ନ ପାଲଟିଛି। କେବଳ ପାହାଡର ଦୂଷିତ ଝରଣା ପାଣିହିଁ ଏମାନଙ୍କର ମୁଖ୍ୟ ପାନୀୟ ଜଳ ହୋଇଛି। ଯୋଦ୍ୱାର ବିଭିନ୍ନ ରୋଗଗ୍ରସ୍ତର ଶିକାର ହେଉଥିବା କହିଛନ୍ତି। ଏଣୁ ତୁରନ୍ତ ଉପରୋକ୍ତ ସମସ୍ତ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ରାଜ ରାସ୍ତାକୁ ଓହ୍ଲାଇ ବାକୁ ତାମୁସିଂ ଗ୍ରାମର ସମସ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ମଣିଭଦ୍ରା ଖବର, ଗଜପତି 

Post a Comment

Previous Post Next Post
Header ADS