କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ଗଢ଼ି ଉଠିଥିବା ମହାବୀର ସେବା ସଂଗଠନ କୁ ସମାଜ ସେବୀ ରୁକଚନ୍ ମାଝୀ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିଛନ୍ତି। ସୂଚନା ଅନୁଯାୟୀ ରୁକଚନ୍ ମାଝୀ ଙ୍କ ଘର କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଟିପିଗୁଡ଼ା ପଞ୍ଚାୟତ ବୋକ୍ରାସିଲ୍ ଗ୍ରାମରେ , ରୁକଚନ୍ ଜଣେ ଜଣାଶୁଣା ଯୁବ କବି ଏବଂ ସାମାଜିକ କର୍ମୀ ଭାବେ ବେଶ ପରିଚିତ। ସେ ମଧ୍ୟ ଜଣେ ନିର୍ଭୀକ ସାମ୍ବାଦିକ ଭାବେ କଳାହାଣ୍ଡି ଜିଲ୍ଲାରେ ପରିଚିତ। ସେ ତାଙ୍କ ଜୀବନରେ ନିଜ କଥା ଭୁଲି ସବୁବେଳେ ଅନ୍ୟର ଖୁସିରେ ଖୁସି ବୋଲି କହି ଆସୁଛନ୍ତି। ତାଙ୍କର ଏହି ନିଃସ୍ଵାର୍ଥପର ସମାଜସେବା ପାଇଁ ଓଡିଶାର ବିଭିନ୍ନ ଜିଲ୍ଲାରୁ ସମ୍ବର୍ଦ୍ଧିତ ହୋଇଛନ୍ତି। ତେବେ ରୁକଚନ୍ ମହାବୀର ସେବା ସଂଗଠନ କର୍ମକର୍ତ୍ତା ଙ୍କ ଦ୍ଵାରା କିଛି ସାମାଜିକ ମାଙ୍ଗଳିକ କାର୍ଯ୍ୟ କରିବାକୁ ଲକ୍ଷ୍ୟ ରଖିଥିଲେ । ଶନିବାର ଦିନ ମହାବୀର ସେବା ସଂଗଠନ କୁ ସେବା କାର୍ଯ୍ୟ ଜାରି ରଖିବା ପାଇଁଁ ସ୍ବେଚ୍ଛାକୃତ ଭାବେ ୫୦୦୦ ( ପାଞ୍ଚ ହଜାର ) ଟଙ୍କା ଅନଲାଇନ୍ ମାଧ୍ୟମରେ ସଂଗଠନ ର ପ୍ରତିଷ୍ଠାତା ଗଣେଶ୍ୱର ସା ଙ୍କୁ ପ୍ରଦାନ୍ କରିଛନ୍ତି। ତାଙ୍କର ଏହି ଚିନ୍ତାଧାରା ଏବଂ ସହାୟତା ପାଇଁ ସଂଗଠନ ପକ୍ଷରୁ ସାଧୁବାଦ ଜଣାଇବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି। ଏହି ଅର୍ଥରାଶି କୁ ଖୁବ ଶୀଘ୍ର ମାଙ୍ଗଳିକ କାର୍ଯ୍ୟରେ ବିନିଯୋଗ କରାଯିବ ବୋଲି ସଂଗଠନର ସଭାପତି ବାବୁଲି ସାହୁ ପ୍ରକାଶ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق