**ମ.ରାମପୁର ଓ ନର୍ଲା କୁ NAC ଘୋଷଣା ଦାବି**
**ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ**
ମ.ରାମପୁର : ସ୍ୱାଭିମାନ ନର୍ଲା ନିର୍ବାଚନ ମଣ୍ଡଳୀ ବିକାଶ ମଞ୍ଚ ତରଫରୁ ରାଜ୍ୟ ସରକାର ଙ୍କ ଉଦ୍ଧେଶ୍ୟରେ ମ.ରାମପୁର ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ପୂର୍ଵ ସରକାର ରେ ନର୍ଲା ଏବଂ ମ.ରାମପୁର କୁ NAC ହେବା ନେଇ ଘୋଷଣା କରାଯାଇଥିଲା କିନ୍ତୁ ବର୍ତ୍ତମାନ ର ସରକାର ରେ କିଛି NAC ଘୋଷଣା ସରିଥିଲେ ମଧ୍ୟ ମ.ରାମପୁର ଏବଂ ନର୍ଲା ଏହି ତାଳିକା ରୁ ବାଦ ପଡିଛନ୍ତି । ଏହାକୁ ନେଇ ତୀଵ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏନେଇ ନର୍ଲା ନିର୍ବାଚନ ମଣ୍ଡଳୀ ବିକାଶ ମଞ୍ଚ ତରଫରୁ ମ.ରାମପୁର ବିଡ଼ିଓ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।ହଜାର ହଜାର ଲୋକ ଙ୍କ ଉପସ୍ଥିତି ରେ ବିରାଟ ରାଳି ରେ ବାହାରି ମ.ରାମପୁର ବିଡ଼ିଓ ଙ୍କୁ ନର୍ଲା ବିଧାୟିକା ମନୋରମା ମହାନ୍ତି ଙ୍କ ଉପସ୍ଥିତି ରେ ଦାବି ପତ୍ର ପ୍ରଦାନ କରାଯାଇଛି । ଏହି ଦାବି ଯଦି ପନ୍ଦର ଦିନ ମଧ୍ୟରେ ପୂରଣ ନ ହୁଏ ତାହେଲେ ଆଗାମୀ ଦିନ ରେ ବିରାଟ ଆନ୍ଦୋଳନ ହେବା ନେଇ କହିଛନ୍ତି ଜନସାଧାରଣ । ଏହି ଦାବି ପତ୍ର ପ୍ରଦାନ ବେଳେ ନର୍ଲା ବିଧାୟିକା ମନୋରମା ମହାନ୍ତି , ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି , ରାଜ୍ୟ ସରପଞ୍ଚ ସଙ୍ଘ ର ସଭାପତି ରୋମାଂଚ ସାହୁ ,ଯିବେଶ କୁମାର ପଣ୍ଡା , ସତ୍ୟ ନାରାୟଣ ସାହୁ ,ବିକାଶ ରଞ୍ଜନ ସିଂଦେଓ , ପ୍ରଦୀପ ପାଣିଗ୍ରାହୀ , ଚମରା ବଗର୍ତ୍ତି ଙ୍କ ସହ ମ.ରାମପୁର ଅଞ୍ଚଳର ହଜାର ହଜାର ଜନ ସାଧାରଣ ଏହି ଦାବି ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق