BREAKING
Loading...
:

ସୁନାମୁହିଁ ନାଳ ଉପରେ ପୋଲ ନିର୍ମାଣ ହେଉ

 ସୁନାମୁହିଁ ନାଳ ଉପରେ ପୋଲ ନିର୍ମାଣ ହେଉ




ଖଣ୍ଡପଡା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡା ସହର ଉପକଣ୍ଠରେ ପ୍ରବାହିତ ସୁନାମୁହିଁ ନାଳ ଉପରେ ଏକ ପୋଲ ନିର୍ମାଣ ନିମନ୍ତେ ସହରବାସୀ ଦୀର୍ଘ ବର୍ଷ ଧରି ଦାବି କରି ଆସୁଛନ୍ତି। ପ୍ରଶାସନିକ ଅଧିକାରୀ କିମ୍ବା ଲୋକପ୍ରତିନିଧି କେହି ହେଲେ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ସହରବାସୀଙ୍କ ମଧ୍ଯରେ ଅସନ୍ତୋଷ ପ୍ରକାଶ ପାଇଛି। ଖଣ୍ଡପଡା ଜନସ୍ବାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଅପରପାର୍ଶ୍ୱ  ରାସ୍ତା ଓ ନିକଟସ୍ଥ ବାଇପାସ ରାସ୍ତା     କୁ ସଂଯୋଗ କରୁଥିବା ରାସ୍ତାରେ ସୁନାମୁହିଁ ନାମଟି ଅବସ୍ଥିତ।ବର୍ଷା ରୁତୁକୁ ବାଦ ଦେଲେ ଅନ୍ୟ ସମୟରେ ଉକ୍ତ ନାଳ ମଧ୍ୟ ଦେଇ ଜନସାଧାରଣ ଅପରପାର୍ଶ୍ବ ରାସ୍ତାକୁ ଯାତାୟତ କରିଥାନ୍ତି।ମାତ୍ର ଉଭୟ ପାର୍ଶ୍ବ ରାସ୍ତା ମଧ୍ୟରେ ସୁନାମୁହିଁ ନାଳ ପ୍ରତିବନ୍ଧକ ସାଜିଥିବାରୁ ସର୍ବସାଧାରଣଙ୍କ ଗମନାଗମନ କ୍ଷେତ୍ରରେ ସମସ୍ୟା ସୃଷ୍ଟି  ହେଉଥିବା ଜଣାପଡିଛି। ଏଥିପ୍ରତି ଖଣ୍ଡପଡା ବିଧାୟକ, ନୟାଗଡ ଜିଲ୍ଲାପାଳ ଓ ପୂର୍ତ୍ତବିଭାଗ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଖଣ୍ଡପଡା ସହରବାସୀ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS