BREAKING
Loading...
:

ପାଉଁରୁଟି ଓ କେକ ପ୍ରସ୍ତୁତ ନେଇ ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ

 ପାଉଁରୁଟି ଓ କେକ ପ୍ରସ୍ତୁତ ନେଇ 

ମହିଳାଙ୍କୁ ପ୍ରଶିକ୍ଷଣ ପ୍ରଦାନ 



ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) କେନ୍ଦ୍ର ଓ ରାଜ୍ଯ ସରକାର ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ବାରୋପ କରୁଥିବା ବେଳେ ଖଣ୍ଡପଡ଼ା ଅଞ୍ଚଳର ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ କରିବାର ମହତ ଲକ୍ଷ୍ଯ ନେଇ ଖଣ୍ଡପଡ଼ାସ୍ଥିତ ଅରୁଣ ନିବାସ ପରିସରରେ ମହିଳାମାନଙ୍କୁ ପାଉଁରୁଟି,କେକ,ପେଟିସ,ଜନ୍ମ ଦିନ କେକ ଓ ଅନ୍ଯାନ୍ଯ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ନେଇ ମହିଳାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ଜଣାପଡିଛି। ଯୁବ ଉଦ୍ୟୋଗୀ ଅନୁଭବ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ କାଫେ-୪୫ ପକ୍ଷରୁ ଆୟୋଜିତ ତାଲିମ ଶିବିରରେ ପ୍ରଶିକ୍ଷକ ଭାବେ କଲିକତାସ୍ଥିତ ଏକ ପଞ୍ଚତାରକା ହୋଟେଲର ସେଫ ମିଲନ ଦାସ ଯୋଗଦେଇ ମହିଳାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଜଣାପଡିଛି।ପ୍ରଶିକ୍ଷଣପ୍ରାପ୍ତ ମହିଳାମାନେ ଆତ୍ମନିର୍ଭରଶୀଳ ହେବା ସହ ଆର୍ଥିକ ସ୍ବାବଲମ୍ବି ହୋଇପାରିବେ ବୋଲି ଜଣାପଡିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS