BREAKING
Loading...
:

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ନୟାଗଡ ଜିଲ୍ଲା

 ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ନୟାଗଡ ଜିଲା 



ନୟାଗଡ ଜିଲ୍ଲା DRDA ରୋଡ ସ୍ଥିତ  ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର  ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ନୟାଗଡ ଜିଲ୍ଲାର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ବୈଠକ ରେ ନୟାଗଡ ଜିଲ୍ଲାର ଜିଲ୍ଲା  ସଭାପତି ଶ୍ରୀଯୁକ୍ତ ଅଭିମନ୍ୟୁ ପରିଡା ଅଧ୍ୟକ୍ଷତା କରିଥିଲେ ।ଏହି ବୈଠକରେ RSS ର  ସଘଂ ଚାଳକ ମାନନୀୟ  ଶ୍ରୀଯୁକ୍ତ ଦୟାନିଧି ରଥ ଉପସ୍ଥିତ ରହି ଗ୍ରାହକ ମାନେ  ସଚେତନ ହେବା ସହିତ  ସଙ୍ଗଠିତ ହେଲେ  ଅସାଧୁ ବ୍ୟବସାୟୀଙ୍କ ଠାରୁ ଠକାମୀର ଶିକାର ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ବୋଲି  ବକ୍ତବ୍ଯ ରେ କହିଲେ ।ମୂଖ୍ଯ ବକ୍ତା ଭାବେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପୂର୍ବ ପ୍ରାନ୍ତ ର ଉପ ସଭାପତି  ତଥା  ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନ ଜୀବି  ଶ୍ରୀଯୁକ୍ତ  ମହେନ୍ଦ୍ର କୁମାର ପ୍ରଧାନ  ଖାଉଟି ସୁରକ୍ଷା ଆଇନ  1986 ଓ 2019 ବିଷୟରେ ଗ୍ରାହକ ମାନଙ୍କୁ  ପୁଙ୍ଖାନୁପୁଙ୍ଖ  ଭାବରେ ବୁଝାଇ ଥିଲେ ।ଅନୁଷ୍ଠାନ ର ଉପ ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାନ୍ତି  କହିଲେକୀ  କୌଣସି ଗ୍ରାହକ ଠକେଇ ର ଶିକାର ହୁଅନ୍ତି  ତେବେ ଆମ୍ଭ  ଜିଲ୍ଲା କମିଟିର ଦୃଷ୍ଟି ଆକର୍ଷଣ କଲେ  ଆମ୍ଭେ ଉକ୍ତ ଗ୍ରାହକ ଙ୍କୁ ଯଥୋଚିତ ନ୍ୟାୟ ପାଇବା  ପାଇଁ  ଦୃଢ ସ୍ବରରେ  କହିଥିଲେ ।ଏହି ବୈଠକ ରେ ନୟାଗଡ ଜିଲ୍ଲାର RSS ର ଜିଲ୍ଲା କାର୍ଯ୍ୟବାହକ  ପ୍ରକାଶ ପ୍ରଧାନ  ସମେତ ନୟାଗଡ ଜିଲ୍ଲାର ବହୁ ବୁଦ୍ଧି ଜିବି  ମହିଳା ସଦସ୍ୟା, ଆଇନଜୀବୀ  ଉପସ୍ଥିତ ଥିଲେ । ଏହି ବୈଠକକୁ  ମାନସ କୁମାର  ମିଶ୍ର। କୋଷାଧ୍ୟକ୍ଷ  ସଂଯୋଜନା କରିଥିଲେ । ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ  ପୁର୍ବ ପ୍ରାନ୍ତର  ବିଧି ବ୍ୟବସ୍ତା ଅନୁସାରେ  ପରୁଣା  କାର୍ଯ୍ୟକାରିଣୀ ର ଅବଧି  ଶେଷ ହୋଇ ଥିବାରୁ  ,ନିର୍ବାଚନ ଅଧିକାରୀ  ଦୟାନିଧି ରଥ   ତତ୍ବାବଧାନରେ ପୁନର୍ବାର  ନୂତନ ଜିଲ୍ଲା କାର୍ଯ୍ଯକାରିଣୀ ସଦସ୍ଯ ଙ୍କୁ ନିର୍ବାଚିତ କରାଗଲା ।। ସଭାପତି ଭାବେ ଶ୍ରୀଯୁକ୍ତ ଅଭିମନ୍ୟୁ ପରିଡା   ଉପ ସଭାପତି ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମହାନ୍ତି   ,ସଂଗଠନ  ମନ୍ତ୍ରୀ ଶ୍ରୀ  ସନ୍ତୋଷ କୁମାର ବିଶ୍ବାଳ   ସମ୍ପାଦକ  ଶ୍ରୀ ରମେଶ ଚନ୍ଦ୍ର ସେଠୀ   ସହସମ୍ପାଦକ ଶ୍ରି ବଳଭଦ୍ର ବିଶ୍ବାଳ, କୋଷାଧ୍ୟକ୍ଷ ଶ୍ରୀ ମାନସ କୁମାର ମିଶ୍ର  ,ଜିଲ୍ଲା  ସଞ୍ଜୋଜ କ ଶ୍ରୀ ସଞ୍ଜୟ କୁମାର  ଖଟୁଆ, ଜିଲ୍ଲାର କାର୍ଯ୍ୟକ୍ର କାରିଣୀ ସଦସ୍ଯ  ସହଦେବ ବିଶ୍ବାଳ, ବାନାମ୍ବର ସାହୁ  ,ଅଚ୍ୟୁତାନନ୍ଦ   ନାୟକ  ,କେଶବ ଚନ୍ଦ୍ର  ମାଝୀ, ଶରତଚନ୍ଦ୍ର ମହାପାତ୍ର, ଓ ମହିଳା ସଦସ୍ଯା  ଭାବେ ଲଳିତା ଦାସ,  ଜ୍ୟୋସ୍ନା ମୟୀ ନାୟକ  ନିର୍ବାଚିତ ହେଲେ ।ଶେଷରେ ଅନୁଷ୍ଟାନର  ସହ ସମ୍ପାଦକ ଶୀ ବଳଭଦ୍ର ବିଶ୍ବାଳ ତାଙ୍କର ବକ୍ତବ୍ଯ ରେ ଦେଶ ପାଇଁ  ଆମ ମାଟି ମା  ପାଇଁ ପ୍ରତୈକ ବିଷୟରେ କିଛି କହିଲେ ।ସଭାପତି ଓ  ଅନ୍ଯା ଅତିଥୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ନୟାଗଡ଼ 

Post a Comment

أحدث أقدم
Header ADS