*ମାଲକାନଗିରି ସୀମାନ୍ତ ମୋଟୁ ନିକଟ ରେ ସାମ୍ବାଦିକ ଙ୍କୁ ନିର୍ମମ ହତ୍ୟା। ହତ୍ୟା ପ୍ରତିବାଦ ରେ ଏକାଠି ହେଲେ ସାମ୍ବାଦିକ*
ମାଲକାନଗିରି ଜିଲ୍ଲାର ୱେବ୍ ଚେନାଲ ସାମ୍ବାଦିକ ଚିନ୍ତାକାଏଲୁ ନରେଶ କୁମାରଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ମାନେ ବର୍ତ୍ତମାନ ସୁଦ୍ଧା ଧରା ପଡିନଥିବା ବେଳେ ମାଲକାନଗିରି ଜିଲ୍ଲାର ସମସ୍ତ ଗଣ ମାଧ୍ୟମର ପ୍ରତିନିଧି ମାନେ ଏସପିଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା ସହ କଠୋର ଦଣ୍ଡ ବ୍ୟବସ୍ଥା କରିବା ଲାଗି ସାମ୍ବାଦିକ ମାନେ ଦାବି କରିଛନ୍ତି । ଏସପି ବିନୋଦ ପାଟିଲ ଦାବି ପତ୍ର ଗ୍ରହଣ କରିବା ସହ ଖୁବ୍ ଶୀଘ୍ର ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି । ଗତକାଲି ମୋଟୁ ଥାନା ଅନ୍ତର୍ଗତ ମୁରଲିଗୁଡା ଜଙ୍ଗଲ ରାସ୍ତାରେ କିଛି ଦୁର୍ବୁତ୍ତ ୱେବ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ସାମ୍ବାଦିକଙ୍କ କାର ନେଇ ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଛନ୍ତି । ମୁରଲୀଗୁଡା ଗ୍ରାମ ନିକଟରେ ସି.ଏଚ ନରେଶ ଓ ଅନ୍ୟ କିଛି ସାମ୍ବାଦିକ ଏକ କାର ରେ ଯାଉଥିବା ବେଳେ ଦୁଇଟି ମୋଟର ସାଇକେଲରେ ୫ ଜଣ ଦୁର୍ବୁତ୍ତ ଆସି ହଟାତ ଆକ୍ରମଣ କରିଥିଲେ । ଖଣ୍ଡା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିବା ବେଳେ ସି.ଏଚ ନରେଶଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ନରେଶଙ୍କୁ ପ୍ରଥମେ ମୋଟୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଆଯାଇଥିଲା । ସେଠାରେ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ମେଡିକାଲ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق