BREAKING
Loading...
:

ଓଏଭିରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ

 ଓଏଭିରେ ସମ୍ବାଦ ସାହିତ୍ୟ ଘର ପକ୍ଷରୁ ବୃକ୍ଷ ରୋପଣ ଓ ଆଲୋଚନା ଚକ୍ର ଅନୁଷ୍ଠିତ 



ସମ୍ବଲପୁର (ମଣିଭଦ୍ରା ଖବର)


ସମ୍ବାଦ ସାହିତ୍ୟ ଘର, କୁଚିଣ୍ଡା ଶାଖା ପକ୍ଷରୁ  କୁସୁମୀ ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସର ଓ ସ୍କୁଲ ସମ୍ମୁଖସ୍ଥ ରାସ୍ତାର ଉଭୟ ପାର୍ଶ୍ୱରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଘର ସଭାପତି ସୁବାସ ଚନ୍ଦ୍ର ନାୟକ, ସ୍କୁଲ ଅଧ୍ୟକ୍ଷା ରଚିତ ମିଞ୍ଜ, ସାହିତ୍ୟ ଘର ସଭ୍ୟ ଅମୂଲ୍ୟ ରାୟ ,ବିଜୁ ସାହୁ, ମିତା ନାୟକ, ଅଧ୍ୟାପକ ଜ୍ୟୋତି ପ୍ରକାଶ ପ୍ରଧାନ, ସୁନିତ୍ କୁମାର ବେହେରା, ମଳୟ କୁମାର ବେହେରା, ଶୈଳୀ ନାଗ, ବିଶ୍ୱଜିତ୍ ବେହେରା, ସଂଜିଟ ବେଗ, କବିତା ମଲ୍ଲିକ, ଆକାଶ ବେହେରା, ମାନସୀ ନାୟକ ଓ ମିତା ସାହୁଙ୍କ ପରିଚାଳନାରେ ତିନି ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ସ୍ଲୋଗାନ ସହ ଶୋଭାଯାତ୍ରାରେ ଯାଇ 'ମା ପାଇଁ ଗଛଟିଏ' ନୀତିକୁ ସମ୍ମାନ ଦେଇ ବୃକ୍ଷ ରୋପଣ କରିଥିଲେ। ଏହି ଅବକାଶରେ ସାହିତ୍ୟ ଘର ସଭାପତି ଶ୍ରୀ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଆଲୋଚନା ଚକ୍ରରେ ଅଧ୍ୟକ୍ଷା ଶ୍ରୀମତୀ ରଚିତା ମିଞ୍ଜ ମୁଖ୍ୟ ଅତିଥି ,ବନ କର୍ମଚାରୀ ଅମୂଲ୍ୟ ରାୟ ଓ ସ୍ଵେଚ୍ଛାସେବୀ ବିଜୁ ସାହୁ ସମ୍ମାନିତ ଅତିଥି ଓ ଇଂରେଜୀ ଅଧ୍ୟାପକ ଆକାଶ ବେହେରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଜନ ସଂଖ୍ୟା ଅନୁପାତରେ କିପରି ବୃକ୍ଷ ଓ ବନ୍ୟ ପ୍ରାଣୀ ରହିବା ଉଚିତ୍ ତାହା ବୁଝାଇଥିଲେ । ଏହା ପରେ ଶ୍ରୀ ନାୟକ ଛାତ୍ରଛାତ୍ରୀ ଙ୍କୁ ସବୁଜ ଶପଥ କରାଇଥିଲେ। ସାହିତ୍ୟ ଘରର ସର୍ବ କନିଷ୍ଠ ସଭ୍ୟା ତଥା ଆଦର୍ଶ ସ୍କୁଲର ଛାତ୍ରୀ ଆରାଧ୍ୟା ରାୟ ଙ୍ ଜନ୍ମ ଦିନ ଉପଲକ୍ଷେ ଏହି ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଶେଷରେ ତାଙ୍କ ମାତା ଶ୍ରୀମତୀ ମିତା ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କ୍ଷିତିସ ମାଝୀ ଓ ରତ୍ନବତି ପାରୁଆ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS