ରାସ୍ତାରେ ଜଳିଗଲା ସାମ୍ବାଦିକ ସରୋଜ କୁମାର ଦାଶଙ୍କ ଇଲେକ୍ଟ୍ରି ସ୍କୁଟି
ଗଣିଆ (ମଣିଭଦ୍ରା ଖବର) ରାସ୍ତାରେ ଯାଉଥିବା ବେଳେ ଜଳିଗଲା ସାମ୍ବାଦିକଙ୍କ ଇଲେକ୍ଟ୍ରି ସ୍କୁଟି । ଅଳ୍ପକେ ବର୍ତ୍ତି ଗଲେ ସାମ୍ବାଦିକ । ଦୈନିକ ଖବରକାଗଜ ହୀରାଞ୍ଚଳର ଗଣିଆ ବ୍ଳକ ପ୍ରତିନିଧି ସରୋଜ କୁମାର ଦାଶ ଆଜି ସକାଳୁ ଦଶପଲ୍ଲା ଅଭିମୁଖେ ଯାଉଥିବା ବେଳେ ଘୋଳାହାଣ୍ଡି ଠାରେ ହଠାତ୍ ସ୍କୁଟିଟି ଜୋରରେ ଶବ୍ଦ ହେଲା । ଶ୍ରୀ ଦାଶ ଗାଡିରୁ ଓହ୍ଳାଇ ଦେଖିଲା ବେଳକୁ ସ୍କୁଟିଟି ଜଳିବା ଆରମ୍ଭ କଲା । ସଙ୍ଗେ ସଙ୍ଗେ ସେ ନିଜ ଜୋତା ଖୋଲି ଜଳିବା ସ୍ଥାନରେ ପିଟି ପିଟି ନିଆଁକୁ ଆୟତ୍ତ କରିଥିଲେ । ମଧ୍ୟଖଣ୍ଡ ଫାଣ୍ଡିକୁ ଖବର ଦେବା ପରେ ଏକ ଡାଲା ଅଟୋ ସାହାର୍ଯ୍ୟରେ ସ୍କୁଟିଟିକୁ ଆଣି ଫାଣ୍ଡି ଭିତରେ ରଖାଯାଇଥିବା ଜଣାପଡିଛି । ତେବେ ଶ୍ରୀ ଦାଶ ଏ ସମ୍ପର୍କରେ ଏକ ଲିଖିତ ଅଭିଯୋଗ ଦଶପଲ୍ଲା ଥାନାରେ କରିଛନ୍ତି ।
ମଣିଭଦ୍ରା ଖବର, ଗଣିଆ
إرسال تعليق