ଖଣ୍ଡପଡ଼ାରେ ଡ୍ରାଇଭର ସଂଘର ଗଣଧାରଣା
ଖଣ୍ଡପଡ଼ା ୮|୭ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ରାଜ୍ୟ ଡ୍ରାଇଭର ସଂଘର ଆହ୍ଵାନକ୍ରମେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ଯସୂଚୀ ଅନୁଯାୟୀ ଖଣ୍ଡପଡ଼ା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ବାଇପାସ ଛକରେ ମଙ୍ଗଳବାର ଠାରୁ ଗଣଧାରଣା ଆରମ୍ଭ ହୋଇଥିବା ଜଣାଯାଇଛି।୭ ଦଫା ଦାବି ପୁରଣ ନେଇ ଆନ୍ଦୋଳନ ଡାକରା ଦିଆଯାଇଥିବା ବେଳେ ଡ୍ରାଇଭର ସଂଘର ୫୦୦ ରୁ ଉର୍ଦ୍ଧ୍ବ ସଦସ୍ଯ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନରେ ସାମିଲ ହୋଇଥିବା ଜଣାଯାଇଛି।ଖଣ୍ଡପଡ଼ା ବ୍ଲକ ଡ୍ରାଇଭର ସଂଘର ସଭାପତି ରଜତ କୁମାର ଦାସଙ୍କ ସୂଚନାକ୍ରମେ ରାଜ୍ୟ ଓ୍ବେଲଫେୟାର ବୋର୍ଡରେ ଅଟୋ ଚାଳକମାନଙ୍କୁ ସାମିଲ କରିବା,ଡ୍ରାଇଭରମାନଙ୍କ ସୁରକ୍ଷା ନିମନ୍ତେ ସ୍ବତନ୍ତ୍ର ଆଇନ ଲାଗୁ କରିବା,୬୦ ବର୍ଷ ପରେ ସ୍ବତନ୍ତ୍ର ଭତ୍ତା ପ୍ରଦାନ କରିବା, ପ୍ରତି ୧୦୦ କିଲୋମିଟର ବ୍ୟବଧାନରେ ଗାଡି ଗୁଡିକ ପାଇଁ ପାର୍କିଂ ବ୍ୟବସ୍ଥା ସହ ଡ୍ରାଇଭରମାନଙ୍କ ପାଇଁ ବିଶ୍ରାମାଗାର ଓ ଶୌଚାଳୟ ନିର୍ମାଣ କରିବା,ଖଣି ଖାଦାନ ଓ କାରଖାନା ଗୁଡିକରେ ଓଡ଼ିଶାର ଡ୍ରାଇଭରମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ସେପ୍ଟେମ୍ବର ୧ ତାରିଖକୁ ଡ୍ରାଇଭର ଦିବସ ଭାବେ ସରକାର ଘୋଷଣା କରିବା, ଯାନବାହାନ ଗୁଡିକର କାଗଜପତ୍ର ଯାଞ୍ଚ କ୍ଷମତା ପୋଲିସ ପ୍ରଶାସନକୁ ପ୍ରଦାନ ନକରିବା ଆଦି ୭ ଦଫା ଦାବି ନେଇ ସଂଘ ପକ୍ଷରୁ ଆନ୍ଦୋଳନ ଡାକରା ଦିଆ ଯାଇଥିବା ନେଇ ସୂଚନା ଦେଇଛନ୍ତି। ତେବେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘର ସଦସ୍ଯମାନେ ଜଣାଇଛନ୍ତି। ଗଣଧାରଣା ସ୍ଥଳରେ ଖଣ୍ଡପଡ଼ା ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ଯାନବାହାନ ଚଳାଚଳ ଠପ ହୋଇଯାଇଥିବା ଜଣାପଡିଛି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق