BREAKING
Loading...
:

ଶେଷରେ ଗିରଫ ହେଲେ ଭଟିଗାଁ ସରପଞ୍ଚ ହିମାଞ୍ଚଳ ସାହୁ

 ଶେଷରେ ଗିରଫ ହେଲେ ଭଟିଗାଁ ସରପଞ୍ଚ ହିମାଞ୍ଚଳ ସାହୁ 



ସମ୍ବଲପୁର:( ମଣିଭଦ୍ରା ଖବର)


ବରଗଡ଼ ଜିଲ୍ଲା ଅଧିନସ୍ଥ ବରପାଲି ବ୍ଳକର ଭଟିଗାଁ ପଞ୍ଚାୟତ ସରପଞ୍ଚ

ୱାର୍ଡ ମେମ୍ବରଙ୍କୁ ଆକ୍ରମଣ, ମାଡ ଓ ଜାତିଆଣ ଗାଳିଗୁଲଜ ଅଭିଯୋଗରେ ସରପଞ୍ଚ ଗିରଫ ହୋଇ ଜେଲ ଯାଇଛନ୍ତି। ଘଟଣାରୁ ପ୍ରକାଶ ଯେ ଗତ ମାସ ୩୦ ତାରିଖ ଦିନ ବରପାଲି ବ୍ଲକ କାର୍ଯ୍ୟାଳୟ  ପରିସରରେ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ମଧ୍ୟରେ ଝଗଡ଼ା ହୋଇ ଉଭୟ ପକ୍ଷରୁ ବରପାଲି ଥାନାରେ ଅଭିଯୋଗ ହୋଇଥିଲା। ଘଟଣାରୁ ପ୍ରକାଶ ଯେ ଭଟିଗାଁ ସରପଞ୍ଚ ହିମାଞ୍ଚଳ ସାହୁ ଓ ରେଟାମୁଣ୍ଡା ଗ୍ରାମର ଅଧିବାସୀଙ୍କ ସହ ଗତ ୩୦ ତାରିଖ ଦିନ କେତେକ ଅଭିଯୋଗ ନେଇ ବ୍ଲକ ଅଫିସକୁ ଆସିଥିବା ବେଳେ ୱାର୍ଡ ମେମ୍ବର ପ୍ରଭାକର ଶିକା ତାଙ୍କୁ ଅଯଥାରେ ଗାଳି ଗୁଲଜ କରିବା ସହ ଜୀବନରେ ମାରି ଦେବା ପାଇଁ ଧମକ ଦେଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ତାଙ୍କ ଅଭିଯୋଗ ଉପରେ ଏକ ମକଦ୍ଦମା (କେସ ନମ୍ବର ୧୮୩/୨୦୨୫) ରୁଜୁ କରିଥିବା ବେଳେ ଭଟିଗାଁ ଗ୍ରାମ ପଞ୍ଚାୟତର ୧୩ ନମ୍ବର ୱାର୍ଡ଼ର ୱାର୍ଡ ମେମ୍ବର ପ୍ରଭାକର ଶିକା ତାଙ୍କ ୱାର୍ଡ଼ ଅନ୍ତର୍ଗତ ରେଟାମୁଣ୍ଡାରୁ ଗୁଲିହାପଦର ର ରାସ୍ତା କାମ ବିଭାଗୀୟ ଅଧିକାରୀମାନେ କରୁଥିବା ବେଳେ ୱାର୍ଡ଼ ମେମ୍ବର ହିସାବ ରେ ସେ କାର୍ଯ୍ୟର ତଦାରଖ କରୁଥିଲେ । ଗତ ମାସ ୩୦ ତାରିଖ ସୋମବାର ପୂର୍ବାହ୍ନରେ ସେ କୌଣସି କାର୍ଯ୍ୟ ପାଇଁ ବରପାଲି ବ୍ଲକ ଅଫିସକୁ ଆସିଥିବା ବେଳେ ଭଟିଗାଁ ସରପଞ୍ଚ ହିମାଞ୍ଚଳ ସାହୁ ସେଠାରେ ପହଞ୍ଚି ତାଙ୍କୁ ପିସି ମାଗିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ହଠାତ୍ ହିମାଞ୍ଚଳ ତାଙ୍କୁ ଜାତିଆଣ ଗାଳି ଗୁଲଜ କରି ମରଣାନ୍ତକ ଆକ୍ରମଣ କରିଥିଲେ। ଏ ସଂପର୍କରେ ଉକ୍ତ ଦିନ ୱାର୍ଡ ମେମ୍ବର ବରପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ  ଏକ ମକଦ୍ଦମା ରୁଜୁ କରି (କେସ ନମ୍ବର ୧୮୪/୨୦୨୫ ଭାରତୀୟ ପିଙ୍ଗଳ କୋର୍ଟ ୨୯୬, ୧୧୫(୨) ୩୫୧(୨) ଓ ଏସସି ଏସଟିରେ (୩) ରୁଜୁ କରି ପୋଲିସ ୱାର୍ଡ ମେମ୍ବରଙ୍କ ଅଭିଯୋଗ ଉପରେ ମକଦ୍ଦମା ୠଜୁ କରି ଘଟଣାର ତଦନ୍ତ କରିବା ସହ ଅଭିଯୁକ୍ତ ଭଟିଗାଁ ସରପଞ୍ଚ ହିମାଞ୍ଚଳ  ସାହୁଙ୍କ ନାମରେ ଗିରଫ  ୱାରେଣ୍ଟ ପରୱାନା ଜାରି କରିବା ପରେ ବରଗଡ଼ ପୋଲିସ ଆରକ୍ଷୀଙ୍କ ନିର୍ଦ୍ଦେଶ ରେ ବରପାଲି ପୋଲିସ ତାଙ୍କୁ ବରପାଲି ବସ୍‌ଷ୍ଟାଣ୍ଡ ନିକଟରୁ ଗିରଫ କରିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS