ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶିତ
ବାଙ୍କୀ(ମାନସ ରଞ୍ଜନ ସାହୁ) ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତ୍ତର ପରୀକ୍ଷା ଫଳ ପ୍ରକାଶ ପାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ସମୀର କୁମାର ମହାପାତ୍ର ପରୀକ୍ଷା ପୁସ୍ତିକାକୁ ଉନ୍ମୋଚିତ କରିଥିଲେ । ପରୀକ୍ଷା ଫଳ ପ୍ରକାଶ ସମୟରେ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପିକା ଗାୟତ୍ରୀ ନାୟକ, ଉପପରୀକ୍ଷା ନିୟନ୍ତ୍ରକ ଅର୍ପିତା ଅପରାଜିତା, ପୂର୍ବତନ ଉପାଧ୍ୟକ୍ଷ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ସହକାରୀ ପରୀକ୍ଷା ନିୟନ୍ତ୍ରକ କୁମୁନ୍ଦ ରଞ୍ଜନ ମହାରଣା, ସେଲ୍ଫ ଫାଇନାନ୍ସ ସଂଯୋଜକ ଅଧ୍ୟାପକ ଆଶିଷ କୁମାର ପଢୀ, ଅଧ୍ୟାପକ ଯୋଗୀନାଥ ମଲିକ, ଅଧ୍ୟାପକ ଚିନ୍ମୟୀ ଚିତ୍ତରଞ୍ଜନ, ଉପପରୀକ୍ଷା ନିୟନ୍ତ୍ରକ ମହେଶ ପ୍ରସାଦ ବେହେରା, ଅଧ୍ୟାପକ ପ୍ରଶାନ୍ତ ଭୋଇ, ପରିଚାନଳା କମିଟି ସଦସ୍ୟ ସମରେନ୍ଦ୍ର ମହାପାତ୍ର, ହରେକୃଷ୍ଣ ତ୍ରିପାଠୀ, ଭୂପତି ଭୂଷଣ ପ୍ରଧାନ, ରଞ୍ଜିତ ରାଉତ, ସୁବ୍ରତ ପୃଷ୍ଟି, କାହ୍ନୁଚରଣ ବେହେରା, ସହକାରୀ ନକୁଳ ବେହେରା, ଅବକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାଣୀ ବିଜ୍ଞାନ ବିଭାଗରେ ରମାଦେବୀ ରାଉତରାୟ ଟପ୍ପର ହୋଇଛନ୍ତି । ଏହି ବିଭାଗରେ ୧୬ଜଣଙ୍କ ଛାତ୍ରଛାତ୍ରୀ ମଧ୍ୟରୁ ୮ ଜଣ ପ୍ରଥମ ଶ୍ରେଣୀ, ଶିକ୍ଷାରେ ଅର୍ଚ୍ଚିତା ପାଣି ଟପ୍ପର ହୋଇଛନ୍ତି । ଏହି ବିଭାଗରେ ୧୬ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୧୬ପ୍ରଥମ ଶ୍ରେଣୀ ।
ଇଂରାଜୀରେ ଦୀପାଳି ସାମନ୍ତରାୟ ଟପ୍ପର ହୋଇଛନ୍ତି ଏବଂ ୨ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରୁ ୨ଜଣ ପ୍ରଥମ ଶ୍ରେଣୀ । ଗୃହ ବିଜ୍ଞାନରେ ପ୍ରିୟଦର୍ଶିନୀ ପରିଡା ଟପ୍ପର ହୋଇଥିବା ବେଳେ ମୋଟ୍ ୫ ଜଣ ଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧ଜଣ ପ୍ରଥମ ଶ୍ରେଣୀ । ମନୋବିଜ୍ଞାନ ବିଭାଗରେ ମୋଟ୍ ୧୧ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୭ ଜଣ ପ୍ରଥମ ଶ୍ରେଣୀ । ସଂସ୍କୃତରେ ମୋନାଲିସା ଜେନା ଟପ୍ପର ହୋଇଥିବା ବେଳେ ମୋଟ୍ ୮ଜଣଙ୍କ ମଧ୍ୟରୁ ୬ ଜଣ ପ୍ରଥମ ଶ୍ରେଣୀ , ୧ ଜଣ ଦ୍ୱିତୀୟ ଶ୍ରେଣୀ ଓ ୩ୟ ଶ୍ରେଣୀ ଜଣେ । ବାଣିଜ୍ୟରେ ସିତେସ୍ ମହାନ୍ତି ଟପ୍ପର ହୋଇଥିବା ବେଳେ ୧୧ଜଣଙ୍କ ମଧ୍ୟରୁ ୮ ପ୍ରଥମ ଶ୍ରେଣୀ । ରସାୟନ ବିଜ୍ଞାନରେ ସ୍ୱପ୍ନାସାଗରି ମହାପାତ୍ର ଟପ୍ପର ହୋଇଥିବା ବେଳେ ୧୬ଜଣଙ୍କ ମଧ୍ୟରୁ ୧୦ ଜଣ ପ୍ରଥମ ଶ୍ରେଣୀ ଓ ୨ଜଣ ଦ୍ୱିତୀୟ ଶ୍ରେଣୀ । ଉଦ୍ଭିଦ ବିଜ୍ଞାନରେ ଜୁଲି ବେଉରା ଓ ସରୋଜ କୁମାର ସିଂହ ଯୁଗ୍ମ ଟପ୍ପର ହୋଇଥିବା ବେଳେ ୧୪ଜଣଙ୍କ ମଧ୍ୟରୁ ୧୪ ଜଣ ପ୍ରଥମ ଶ୍ରେଣୀ । ରାଜନୀତି ବିଜ୍ଞାନରେ ବିଶ୍ୱରୂପା ସାହୁ ଓ ସୋନାଲି ବେହେରା ଯୁଗ୍ମ ଟପ୍ପର ହୋଇଥିବା ବେଳେ ୧୪ଜଣଙ୍କ ମଧ୍ୟରୁ ୧୨ଜଣ ପ୍ରଥମ ଶ୍ରେଣୀ ଓ ୧ ଜଣ ଦ୍ୱିତୀୟ ଶ୍ରେଣୀ । ଓଡିଆରେ ପୂଜା ରାଣୀ ଦାସ ଜଣ ଟପ୍ପର ହୋଇଥିବା ବେଳେ ମୋଟ୍ ୩୧ଜଣଙ୍କ ମଧ୍ୟରୁ ୩୧ଜଣ ପ୍ରଥମ ଶ୍ରେଣୀ । ଅର୍ଥନୀତି ବିଭାଗରେ ଦୀପ୍ତି ରେଖା ଦାସ ଟପ୍ପର ହୋଇଥିବା ବେଳେ ୮ଜଣଙ୍କ ମଧ୍ୟରୁ ୪ଜଣ ପ୍ରଥମ ଶ୍ରେଣୀ ଓ ୩ ଜଣ ଦ୍ୱିତୀୟ ଶ୍ରେଣୀ ଉତ୍ତିର୍ଣ୍ଣ ହୋଇଥିବା ବେଳେ ଟି.ଏମ୍.ଆର.ଆଇ. ଦୀପ୍ତିମୟୀ ମହାନ୍ତି ଟପ୍ପର ହୋଇଥିବା ବେଳେ ୨ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ଜଣ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି । ସମସ୍ତ କୃତି ପରୀକ୍ଷାର୍ଥୀମାନଙ୍କୁ ଅଧ୍ୟକ୍ଷ ପ୍ରାଧ୍ୟାପକ ମହାପାତ୍ର ଶୁଭେଚ୍ଛା ପ୍ରଦାନ କରିଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق