BREAKING
Loading...
:

ଖଣ୍ଡପଡା ଉପକାରାଗାର ସ୍ଥାନାନ୍ତର ନେଇ କ୍ରିୟାନୁଷ୍ଠାନ କମିଟିର ସାମ୍ବାଦିକ ସମ୍ମିଳନୀ

 ଖଣ୍ଡପଡା ଉପକାରାଗାର ସ୍ଥାନାନ୍ତର ନେଇ କ୍ରିୟାନୁଷ୍ଠାନ କମିଟିର ସାମ୍ବାଦିକ ସମ୍ମିଳନୀ         



 ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ରାଜ୍ୟ ସରକାରଙ୍କ ନିଷ୍ପତିକ୍ରମେ ଖଣ୍ଡପଡା ଉପକାରାଗାରଟି ନୟାଗଡ ଜିଲ୍ଲା କାରାଗାର ସହ ମିଶ୍ରଣ ହେବ।ସରକାରଙ୍କ ଏ ସଂର୍ପକିତ ନିଷ୍ପତ୍ତିକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି |ଖଣ୍ଡପଡ଼ା କ୍ରିୟାନୁଷ୍ଠାନ କମିଟିର ସଦସ୍ଯମାନେ ଏ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାଜ୍ୟ ସରକାର ତୁରନ୍ତ ଏଭଳି ନିଷ୍ପତ୍ତିରୁ ଓହରିଯିବାକୁ  ଦାବି କରିଛନ୍ତି।ଖଣ୍ଡପଡା ବିଧାୟକ ଏଥିପ୍ରତି ଦୃଷ୍ଟି ଦେବାକୁ  କ୍ରିୟାନୁଷ୍ଠାନ କମିଟିର ସଦସ୍ଯମାନେ ଦାବି କରିଛନ୍ତି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ସଦସ୍ୟ  ଭବାନୀଶଙ୍କର ସିଂହସାମନ୍ତ, ସତ୍ୟ ନାରାୟଣ ସୁରଜଗଦେବ, କାଉନସିଲର ସରୋଜ ପ୍ରଧାନ ଓ ନାରୀନେତ୍ରୀ ସୁପ୍ରିୟା ଦାସ ପ୍ରମୁଖ ଉପସ୍ଥିତ ଥିଲେ |ଖଣ୍ଡପଡ଼ା ଉପକାରାଗାର ସ୍ଥାନାନ୍ତର ପ୍ରକ୍ରିୟା ତୁରନ୍ତ ବନ୍ଦ ନହେଲେ ଆଗାମୀ ଦିନରେ କ୍ରିୟାନୁଷ୍ଠାନ କମିଟି ରାଜ ରାସ୍ତାକୁ ଓହ୍ଲାଇ ହରତାଳ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ  କମିଟିର ସଦସ୍ୟମାନେ ମତ ଦେଇଥିଲେ।ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀବାସୀଙ୍କ ସ୍ବାକ୍ଷର ସମ୍ବଳିତ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS