BREAKING
Loading...
:

ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ

 ମହିଳା ମହାବିଦ୍ୟାଳୟରେ ବନ ମହୋତ୍ସବ                                



 ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର ) ଖଣ୍ଡପଡ଼ା ମହିଳାମହାବିଦ୍ୟାଳୟରେ ୭୬ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ଅନୁଷ୍ଠାନର ଅଧ୍ୟକ୍ଷା ସ୍ମିତା ଶେଫାଳି ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ଯକ୍ରମରେ ଅତିଥି ଭାବେ ତହସିଲଦାର ବିଶ୍ବବିଶୃତ ତ୍ରିପାଠୀ ଯୋଗଦେଇ ବନ ମହୋତ୍ସବ ପାଳନର ମହତ୍ବ ସଂପର୍କରେ ଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ।ଇକୋ କ୍ଲବ ଓ +୨ ରେଡକ୍ରସ ଶାଖାର ଛାତ୍ରୀମାନେ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଅତିଥି ,ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ଗହଣରେ ଛାତ୍ରୀମାନେ ଅନୁଷ୍ଠାନ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ।ଅଧ୍ୟାପିକା ଜାହ୍ନବୀ ପଟ୍ଟନାୟକ,ବିଶ୍ଵଭାରତୀ ମହାରଣା ,କୃଷ୍ଣପ୍ରିୟା ମହାନ୍ତିଙ୍କ ସମେତ ମହାବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ବନ ମହୋତ୍ସବ ପାଳନ ନେଇ ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ଯାଳୟ ପକ୍ଷରୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚାରା ଗୁଡିକ ଯୋଗାଇ ଦିଆଯାଇଥିଲା।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS