ସାଂସ୍କୃତିକ ବିଦ୍ଭବତା ମଧ୍ୟରେ ଛତ୍ରପୁର ସହରରେ ବାହୁଡ଼ା ଯାତ୍ରା
ଛତ୍ରପୁର (ରାହୁଲ ମହାନ୍ତି) ରବିବାର ହରିଶୟନ (ବଡ) ଏକାଦଶୀ ତିଥିରେ ଭୋର୍ ପ୍ରାତଃ ୫ଘଣ୍ଟା ସମୟରୁ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିରର ସିଂହଦ୍ଵାର ସମ୍ମୁଖରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ଼ ସମାଗମ ହୋଇ ରଥ ଉପରେ ଶ୍ରୀଜୀଉଙ୍କ ଦର୍ଶନ କରି ଆତ୍ମ ବିଭୋର ହୋଇ ଉଠିଛନ୍ତି । ଭକ୍ତଙ୍କ ଗହଳ ଚହଳତା ଭିତ୍ତିରେ ଅଧିକାଂଶ ମହିଳାମାନଙ୍କ ସମାଗମ ହୋଇଥିବା ଯାହା ଉତ୍ସବମୁଖର ଭାବେ ଦର୍ଶନ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଆସୁଥିବା ଦେଖାଦେଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ସ୍ୱାମୀ ଓ ଦେବୀ ସୁଭଦ୍ରା, ସୁଦର୍ଶନ ଠାକୁରଙ୍କ ଗୋଟିଏ ରଥ ଉପରେ ବିରାଜମାନ କରିଥିବା ଦୃଶ୍ୟ ଖୁବ୍ ଆକର୍ଷଣୀୟ ହୋଇଛି । ଚିତ୍ତାକର୍ଷକ ରଥରେ ଏଠାକାର ନିଆରା ପରମ୍ପରା ଅନନ୍ୟା ହୋଇଛି । ଠାକୁରଙ୍କୁ ଦର୍ଶନ ପାଇଁ ସିଂହଦ୍ଵାର ସମ୍ମୁଖ ରଥ ଦାଣ୍ଡରେ ଲମ୍ବା ଲାଇନ୍ ଲାଗି ରହିଛି । ପ୍ରକାଶ ଯୋଗ୍ୟ ଯେ’ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ପାରମ୍ପରିକ ରୀତିନୀତି ଅନୁସାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଥିଲା । ଗତକାଲି ଛତ୍ରପୁର ସହରର ତିନୋଟି ମନ୍ଦିରରୁ ଶ୍ରୀ ଜୀଉଙ୍କ ପବିତ୍ର ବାହୁଡ଼ା ଯାତ୍ରା ପାରମ୍ପରୀକ ରୀତିରେ ସମ୍ପନ୍ନ ହୋଇଯାଇଛି ।ରଥ ଦାଣ୍ଡରେ ଛତ୍ରପୁରର ନୃତ୍ୟ ଏକାଡେମୀ ପକ୍ଷରୁ ଗଞ୍ଜାମର ପ୍ରସିଦ୍ଧ ଲୋକକଳା ପରମ୍ପରା କାଠପାଦ ନୃତ୍ୟର ପରିବେଶରେ ରଥ ପଥରେ ଭକ୍ତଙ୍କ ମନକୁ ହରଣ କରିଥିଲା । ନାନା ବାଦ୍ୟ ଧ୍ଵନି, ଘଣ୍ଟ ମୃଦଙ୍ଗ ଧ୍ଵନି ଏବଂ ରୋଷଣୀରେ ସହର ପ୍ରକମ୍ପିତ ଉଠିଥିଲା । ରିକାପଲ୍ଲୀ ଆଡ଼ପମଣ୍ଡପ ସମ୍ମୁଖରେ ସାରଥୀ, ଗରୁଡ଼, ମହାପ୍ରଭୁ ପତିତପାବନ ଠାକୁର ଶ୍ରୀ ଜଗନ୍ନାଥଙ୍କ ପହଣ୍ଡି ବିଜେ ପରେ ଓଡ଼ିଶୀ ନୃତ୍ୟ ପରିବେଷଣ ହୋଇଥିଲା । ଛତ୍ରପୁର କଳା ବିକାଶ କେନ୍ଦ୍ରର ପ୍ରତିଷ୍ଠିତ ଓଡ଼ିଶୀ ନୃତ୍ୟଗୁରୁ ଅଳକା ସାହୁଙ୍କ ନିର୍ଦ୍ଦେଶରେ ଶିଳ୍ପୀଙ୍କ ନୃତ୍ୟ ପରିବେଷଣ ଶ୍ରଦ୍ଧାଳୁଙ୍କ ମନ କୁ ବିମୋହିତ କରିଥିଲା । ଗତକାଲି ଗୁଣ୍ଡିଚା ମନ୍ଦିରରୁ ବାହାରି ତିନି ମନ୍ଦିରର ସିଂହ ଦ୍ଵାର ପଥରେ ରଥ ପହଞ୍ଚିଛନ୍ତି । ରିକାପଲ୍ଲୀ ଆଡ଼ପମଣ୍ଡପରୁ ବାହାରିଥିବା ପଣ୍ଡା ରଥ ସୀତାରାମପଲ୍ଲୀ ଅଭିମୁଖେ ଏବଂ ଦାସିରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅର୍ଥାତ୍ ଛତ୍ରପୁର ମୁଖ୍ୟ ସଡ଼କ ପଥରେ ଦୁଇଟି ରଥ ଦଣ୍ଡାୟମାନ ହୋଇଛନ୍ତି । ସେହିପରି ତାଡେପଲ୍ଲୀ ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସିଂହ ଦ୍ଵାର ସମ୍ମୁଖରେ ଚତୃର୍ଦ୍ଧାମୂର୍ତ୍ତିଙ୍କ ବିଜେ ହୋଇଥିବା ରଥ ଦଣ୍ଡାୟମାନ ହୋଇ ରହି ପୂଜାର୍ଚ୍ଚନା ଭୋଗ ରାଗ ଦିଅଁଙ୍କ ଆରତୀ ବନ୍ଦାପନା ଆଦି ଲାଗି ହୋଇଛି । ରବିବାର ସନ୍ଧ୍ୟାବେଳେ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ରଥ ଉପରେ ବିଜେମାନ କରିଥିବା ଶ୍ରୀ ଜୀଉଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ବ୍ୟବସ୍ଥା, ବିଭିନ୍ନ ପ୍ରକାର ବିଧିବିଧାନର ବ୍ୟବସ୍ଥାପନା କରାଯାଉଛି । ପବିତ୍ର ବଡ଼ ଏକାଦଶୀ ହେତୁ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ତତଫରୁ ସ୍ୱତନ୍ତ୍ର ନୀତିକାନ୍ତି ପ୍ରଚଳନ ସୁନାବେଶର ଆୟୋଜନ ଖୁବ୍ ନିଆରା ପରମ୍ପରା ଅଟେ । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ବୋଲି ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ମଣିଭଦ୍ରା ଖବର, ଛତ୍ରପୁର
إرسال تعليق