BREAKING
Loading...
:

ଖଣ୍ଡପଡ଼ାରେ ବାହୁଡା ଯାତ୍ରା

 ଖଣ୍ଡପଡ଼ାରେ ବାହୁଡା ଯାତ୍ରା          


  ଖଣ୍ଡପଡ଼ା (ପୂର୍ଣ୍ଣଚନ୍ଦ୍ର ମହାପାତ୍ର) ଖଣ୍ଡପଡ଼ା ସହରସମେତଖଳିସାହି,ମର୍ଦ୍ଦରାଜପୁର ଗ୍ରାମରେ ମହାପ୍ରଭୁଙ୍କର ପବିତ୍ର ବାହୁଡା ଯାତ୍ରା ଶାନ୍ତିଶୃଙ୍ଖଳାର ସହ ଶନିବାର ଅନୁଷ୍ଠିତ ହୋଇଯାଇଛି।ଅପରାହ୍ନରେ ଗୁଣ୍ଡିଚାଘରେ ବିଗ୍ରହମାନଙ୍କ ପହୁଡ ଫିଟିବା ପରେ ସେବାସୀମାନେ ବିଗ୍ରହମାନଙ୍କୁ ରଥକୁ ପହଣ୍ତି ବିଜେ କରାଇଥିଲେ।ପରେ ରଥ ଚାରି ପାଖରେ ଛେରାପହଁରା ନୀତି ଅନୁଷ୍ଠିତ ହୋଇଥିଲା। ଶହଶହ ଶ୍ରଦ୍ଧାଳୁ ଭକ୍ତ ରଥାରୂଢ ବିଗ୍ରହମାନଙ୍କୁ ଦର୍ଶନ କରିଥିଲେ। ଅପରାହ୍ନ ୫ ଟାରେ ରଥଟଣା କାର୍ଯ୍ଯ ଆରମ୍ଭ ହୋଇଥିଲା।ଝିପି ଝିପି ବର୍ଷା ସତ୍ବେ ମହାପ୍ରଭୁଙ୍କର ରଥ ଟାଣିବା ନିମନ୍ତେ ଜନସାଧାରଣଙ୍କ ମଧ୍ଯରେ ସ୍ବତନ୍ତ୍ର ଉତ୍ସାହ ପରିଲକ୍ଷିତ ହୋଇଥିଲା। କଡା ସୁରକ୍ଷା ବ୍ୟବସ୍ଥା ମଧ୍ଯରେ ଭକ୍ତମାନେ ୨ଟି ଯାକ ରଥକୁ ଖଣ୍ଡପଡ଼ା ସହରର କିଛି ବାଟ ପର୍ଯ୍ୟନ୍ତ ଟାଣିଥିଲେ। ଖଣ୍ଡପଡ଼ା ସହରରେ ପ୍ରତିବର୍ଷ ୩ଦିନ ଧରି ମହାପ୍ରଭୁଙ୍କର ବାହୁଡା ଯାତ୍ରା  ଅନୁଷ୍ଠିତ ହୋଇଥାଏ। ସଂନ୍ଧ୍ଯା ଆଳତି ସମୟରେ ରଥ ଉପରେ ବିଗ୍ରହମାନଙ୍କ ନିକଟରେ ଅଧରପଣା ଲାଗି କରାଯାଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ରଥ ସମ୍ମୁଖରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ବଜାର ମଧ୍ୟ ରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତହୋଇଯାଇଛି। ଆସନ୍ତା ସୋମବାର ଅପରାହ୍ନରେ ଲକ୍ଷ୍ମୀ ନାରାୟଣ ଭେଟ ସହ ମହାପ୍ରଭୁଙ୍କର ପବିତ୍ର ବାହୁଡା ଯାତ୍ରା ଶେଷ ହେବ ବୋଲି ଜଣାପଡିଛି ।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS