BREAKING
Loading...
:

ବାହୁଡିଲେ ମହାପ୍ରଭୂ, ଦଶପଲ୍ଲାରେ ଭାବମୟ ପରିବେଶ

 ବାହୁଡିଲେ ମହାପ୍ରଭୂ, ଦଶପଲ୍ଲାରେ ଭାବମୟ ପରିବେଶ



ଦଶପଲ୍ଲା (ଶିବାନୀ ଦୀପାଞ୍ଜଳୀ ) ଯେଉଁ ମହାବୀର କ୍ଷେତ୍ର ଦଶପଲ୍ଲା ରୁ କାଠ ଗଲେ ଶ୍ରୀକ୍ଷେତ୍ରାଧିପତି ଜଗତର ନାଥ ଜଗନାଥ କଂର ପରମ ପାବନ ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ , ସେହି ମହାବୀର କ୍ଷେତ୍ର ଦଶପଲ୍ଲାରେ , ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ର ସହ ବାହୁଡା ଯାତ୍ରା ପାଳିତ ହୋଇଯାଇଛି । ଅପରାହ୍ନରେ, ମେଡ଼ିକାଲ ଛକ ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ ସୋତ୍ରୀୟ ବ୍ରାହ୍ମଣ ସେବାୟତ, ପୂଜାପଣ୍ଡା ଓ ବାଡ଼ଗ୍ରାହୀ ସେବକ ମାନକଂ ଦ୍ବାରା ପାରଂପାରିକ ନୀତିକାନ୍ତି ସମାପନ ହେବାପରେ, ପ୍ରଭୂ ମଦନମୋହନ କଂ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ସେବକମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ , ପ୍ରଭୃକୁଂ ଟାହିଆ ର ତାଳେ ତାଳେ, ପହଣ୍ଡି କରି ରଥାରୁଢ କରିଥିଲେ । ଏହାପରେ ରଥ ଉପର ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା । ଆଜିର ଏହି ବାହୁଡା ଯାତ୍ରାରେ ଦଶପଲ୍ଲା ଅଂଚଳର ପ୍ରାୟ ଦଶହଜାରରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେଇ, ରଥ ଟାଣିବା ସହିତ କାଳିଆ କୃପାଲାଭ କରିଥିଲେ ।  ଅନୁରୂପ ଭାବରେ ସାତପାଟଣା ରେ ମଧ୍ୟ ବାହୁଡା ଯାତ୍ରା ଯଥାବିଧି ପାଳିତ ହୋଇଥିବାବେଳେ , ସ୍ଥାନୀୟ ପ୍ରଶାସନ ଓ ଦଶପଲ୍ଲା ପୁଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ ।

ମଣିଭଦ୍ରା ଖବର,ଦଶପଲ୍ଲା

Post a Comment

أحدث أقدم
Header ADS