ବୁଗୁଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ ।।
ଦଶପଲ୍ଲା : - ( ଶିବାନୀ ଦୀପାଞ୍ଜଳୀ) ବନମହୋତ୍ସବ ସପ୍ତାହ ଉପଲକ୍ଷେ ଦଶପଲ୍ଲା ବ୍ଳକ୍ ର ବୁଗୁଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଆଜି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାଣିଗୋଛା ବନ୍ୟପ୍ରାଣୀ ବନାଂଚଳ ( ପଶ୍ଚିମ ) ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୩୬ ଜଣ ଛାତ୍ରଛାତ୍ରୀ ପ୍ରତ୍ୟେକ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରି ଥିଲେ ଓ ତାହାର ଯତ୍ନ ନେବାପାଇଁ ଵଦ୍ଧ ପରିକର ମଧ୍ୟ ହୋଇଥିଲେ । ଏହି କାର୍ଯ୍ୟକ୍ରମ ରେ ବନାଂଚଳ ଅଧିକାରୀ ସଂସାର ବର୍ଗୀଆ ଯୋଗ ଦେଇଥିବା ବେଳେ, ବନପାଳ ରାଜ୍ କୁମାର ସତପଥି , ଦୀପ୍ତିରଂଜନ ଆଚାର୍ଯ୍ୟ, ଅଜୟ କୁମାର ସ୍ବାଇଁ ,ପୁଷ୍ପଲତା ପ୍ରଧାନ , ବନରକ୍ଷୀ ମଧୁସ୍ମିତା ନାୟକ ,ରୀନା ନାୟକ ପ୍ରଧାନ ଶିକ୍ଷକ ବିଦ୍ୟାଧର ମଲିକ ଓ ସହକାରୀ ଶିକ୍ଷକ ଲିଂଗରାଜ ପାଣି କଂ ପ୍ରତ୍ୟକ୍ଷ ତତ୍ବାବଧାନରେ ୪୦ ଗୋଟି ବୃକ୍ଷ ରୋପଣ ହୋଇଥିଲା । ଏଥିରେ ସମେତ ବୁଗୁଡା ଫରେଷ୍ଟ ସେକସନ୍ ର ସମସ୍ତ, ଓ୍ବାଚର୍ , ଶୀକାର ନିରୋଧି ବନ କର୍ମଚାରୀ ମାନେ ସହଯୋଗ କରିଥିଲେ ।
ମଣିଭଦ୍ରା ଖବର, ଦଶପଲ୍ଲା
إرسال تعليق