ଖଣ୍ଡପଡ଼ା- ବନମାଳୀପୁର ରାସ୍ତା ର ଉନ୍ନତି କରଣ ଦାବି
ଖଣ୍ଡପଡ଼ା ୬/୭( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ସହରର ଜେଲ୍ ଖାନା ଛକଠାରୁ କୁସୁମୀ ସେତୁ ଦେଇ ଯାଉଥିବା ରାସ୍ତା ବନମାଳୀପୁର ଗ୍ରାମ କୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତା ବିଭିନ୍ନ ସ୍ଥାନରେ ପିଚୁ ଉଠି ଯାଇ ଖାଲ ସୃଷ୍ଟି ହୋଇଥିବାରୁ ଏହି ରାସ୍ତା ଟି ସମ୍ପୂର୍ଣ ଖାଲ ହୋଇ ନଷ୍ଟହୋଇ ଯାଇଛି। ଉକ୍ତ ରାସ୍ତା ଦେଇ ଦୈନିକ ୫ ଟି ଗ୍ରାମର ଲୋକମାନେ ଯାତାୟତ କରିଥାନ୍ତି। ରାସ୍ତାର ଏପାଖ ସେପାଖରେ ବର୍ଷା ଯୋଗୁଁ ପାଣି ରେ ମାଟିଧୋଇ ହୋଇ ରାସ୍ତା ଟି ସମ୍ପୂର୍ଣ ଖାଲ ହୋଇ ନଷ୍ଟହୋଇ ଯାଇଛି। ଯାତାୟାତ କରୁଥିବା ଗାଡି ଓ ସାଇକେଲ ରେ ଜିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଖଣ୍ଡପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବାରୁ ଜନସାଧାରଣ ଅଭିଯୋଗ କରିଛନ୍ତି ଯେ ଏହି ରାସ୍ତା ଟି ର ରକ୍ଷଣାବେକ୍ଷଣ ନିମନ୍ତେ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ରାସ୍ତାର ମରାମତି କାର୍ଯ୍ୟ ପ୍ରତି ତୁରନ୍ତ ପଦକ୍ଷେପ ନିଆନଗଲେ ରାସ୍ତାଟି ସମ୍ପୃର୍ଣ୍ଣ ନଷ୍ଟହୋଇ ଯିବ। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବାରୁ ରାସ୍ତା ପ୍ରଶସ୍ତିକରଣ ଓ ଉନ୍ନତି କରଣ ଏହି ଦିଗରେ ବିଭାଗିୟ ଉଚ୍ଚ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ପ୍ରକାଶ ଥାଉ କି ଉକ୍ତ ରାସ୍ତା ଟି ଖଣ୍ଡପଡ଼ା ସହରର ଠାରୁ ବନମାଳୀପୁର, କାଚେରାସାହି ଛକ ରେ ମିସିଥିବାରୁ ଖଣ୍ଡପଡ଼ା ଭୂଵନେଶ୍ଵର ମୂଖ୍ୟ ରାସ୍ତା ରେ ସହଯରେ ଅଳ୍ପ ସମୟ ମଧ୍ୟରେ ପହଂଚି ହେଉଥିବା ରୁ ଏହି ରାସ୍ତା ଟି କିଛି ବର୍ଷ ପୂର୍ବେ ଜନସାଧାରଣ ଙ୍କ ପାଇଁ ତିଆରି କରାଯାଇ ଥିଲା। ତେଣୁ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବା ସହ ରାସ୍ତା ମରାମତି କାର୍ଯ୍ୟ କରାଯିବାକୁ ସାଧାରଣ ରେ ଦାବି କରିଛନ୍ତି।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق