BREAKING
Loading...
:

ଶ୍ରୀମଦ୍ଭଗବଦଗୀତା ପୁସ୍ତକ ଉନ୍ମୋଚିତ

 ଶ୍ରୀମଦ୍ଭଗବଦଗୀତା ପୁସ୍ତକ ଉନ୍ମୋଚିତ                  

      ଖଣ୍ଡପଡ଼ା  ( ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ପବିତ୍ର ଆଷାଢ ଶୁକ୍ଳ ଏକାଦଶୀ ବା ହରିଶୟନ ଏକାଦଶୀ ମହାପ୍ରଭୁଙ୍କର ପବିତ୍ର ବାହୁଡା ଯାତ୍ରାର ୨ୟ ଦିବସରେ ପ୍ରଭୁ ଚତୁର୍ଦ୍ଧାମୂର୍ତ୍ତି ଙ୍କ ସୁନାବେଶ ଅବସରରେ ଖଣ୍ଡପଡ଼ା ସହରର ବିଶିଷ୍ଟ ଶିକ୍ଷାବିତ ଭାବେ ସୁପରିଚିତ ସ୍ବର୍ଗତ ତ୍ରିଲୋଚନ ମିଶ୍ରଙ୍କ ଦ୍ବାରା ଲିଖିତ ଶ୍ରୀମଦ୍ଭଗବଦଗୀତା  (ପଦ୍ୟାନୁବାଦ) ପୁସ୍ତକର ଶୁଭ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ମୁଖ୍ଯ ଅତିଥି ରୁପେ ଅବସରପ୍ରାପ୍ତ କଳାଶିକ୍ଷକ ଲଡୁକିଶୋର ସିଂହସାମନ୍ତ ଯୋଗ ଦେଇ ପୁସ୍ତକଟିକୁ ଅତିଥିମାନଙ୍କ ଗହଣରେ ଉନ୍ମୋଚନ କରିଥିଲେ।କାର୍ଯ୍ୟକ୍ରମରେ ଅତିଥି ରୁପେ ଶିକ୍ଷାବିତ ଜଗଦୀଶ ପ୍ରସାଦ ମହାପାତ୍ର, ପ୍ରଦୀପ୍ତ କୁମାର ମିଶ୍ର, ଭାରତୀ ଭୂଷଣ ମିଶ୍ର,ବିଶିଷ୍ଟ ସୁଲେଖକ କୁଳମଣି ଷଢଙ୍ଗୀ,ଯୁବ ଉଦ୍ୟୋଗୀ ମଳୟ ପଟ୍ଟନାୟକ,ଯୁବ ସଂଗଠକ ବିନାୟକ ସାହୁଙ୍କ ସମେତ ଖଣ୍ଡପଡ଼ା ସହରର ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ପ୍ରମୁଖ ଯୋଗଦେଇଥିଲେ। ପୁସ୍ତକର ଲେଖକ ସ୍ବର୍ଗତ ମିଶ୍ରଙ୍କର ପୁତ୍ର ଦୀପକ ମିଶ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ। ସହସହ ଶ୍ରଦ୍ଧାଳୁମାନେ ଝିପିଝିପି ବର୍ଷା ସତ୍ବେ ପ୍ରଭୁ ଶ୍ରୀ ଜଗନ୍ନାଥ ଜୀଉ ଙ୍କୁ ସୁନାବେଶ ରେ ଭକ୍ତି ର ସହ ଦୀପ ପ୍ରଜ୍ବଳନ କରି ରାସ୍ତା ବଡ଼ଦାଣ୍ଡରେ ଭଜସଙ୍ଗୀତ କାର୍ଯ୍ୟ କ୍ରମରେଭାଗନେଇଥିଲେ ବେସଧୂମଧାମରେ ରଥଯାତ୍ରା ପାଳନ ହୋଇଯାଇଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS