ଭାସିଯାଇ ଥିବା ବାପା ଓ ଝିଅ ଙ୍କୁ ଉଦ୍ଧାର କଲେ ନୌସେନା ଅଧିକାରୀ।
ଖଣ୍ଡପଡ଼ା ୬/୭: (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡ଼ା ବ୍ଲକ ଅଧିନ ସିଧାମୂଳା ନଦୀ ଘାଟରେ ବାପା ଓ ଝିଅ ଭାସି ଯାଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ନୌସେନା ଅଧିକାରୀ ସାହାସି କତା ର ସହିତ ସେମାନଙ୍କୁ ଉଦ୍ଧାର କରିଛନ୍ତି। ନୟାଗଡ଼ ଜିଲ୍ଲା ଓଡଙ୍ଗା ଥାନା ଅଧୀନ ଗୋଡିସାହି ର ମହେସ ଗିରି ଓ ଦୁଇ ଝିଅ ଙ୍କୁ ନେଇ କଣ୍ଟିଲୋ ଶ୍ରୀ ନୀଳମାଧବଙ୍କ ଦର୍ଶନ ନିମନ୍ତେ ଯାଇ ସେଠାରେ ଠାକୁର ଦର୍ଶନ କରି ସିଧାମୂଳା ଗୋକୂଳାନନ୍ଦ ଦର୍ଶନ କରିବା ପାଇଁ ଯାଇଥିଲେ। ପ୍ରଭୁ ଶ୍ରୀ ଗୋକୂଳାନନ୍ଦ ପାଦଦେଶରେ ମହାନଦୀ ଘାଟ କୁ ସ୍ନାନ ଓ ଶ୍ଵଚାଦି ନିତ୍ୟକର୍ମ ସାରିବାକୁ ଯାଇଥିଲେ । ସେଠାରେ ହଠାତ୍ ଝିଅ ଶୁଭମ ର ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଯାଇଥିଲାବେଳେ ଝିଅ କୁ ଉଧାର କରିବା ପାଇଁବାପା ମଧ୍ୟ ପାଣି ରେ ଭାସି ଯାଉଥିବା ରୁ ଝିଅ ପାଟିକରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପାଟି କରିବା ସୁଣି ହଠାତ୍ ସେଠାକୁ କିଛି ଲୋକ ଧାଇଁ ଆସିବା ସହ ପାଣି ରେ ଭାସି ଯାଉଥିବା ଝିଅ ଟିକୁ ଗଣିଆ ବ୍ଲକର ପାଣ୍ଡେରାସିଙ୍ଗ ଗ୍ରାମରନୌସେନାଅଧିକା ସୋମ୍ୟରଞ୍ଜନ ମହାନଦୀ କୁ ଲମ୍ଫ ମାରିଥିଲେ ସେ ଦୁଇ ଜଣ ଙ୍କୁ ପାଣି ରୁ ଉଧାର କରିଥିଲେ।
ନୌସେନା ଅଧିକାରୀ ଜଣକ ସୂଦୁର ଚେନ୍ନାଇ ନୌସେନା ବିଭାଗ ରେ କାର୍ଯ୍ୟ ରତ ଥିବା ବେଳେ ନିଜ ଗାଁକୁ ବୁଲିବାକୁ ଆସି ଥିଲେ । ଏପରି ସାହାସୀ କାର୍ଯ୍ୟ କୁ ଗାଁ ଠାରୁ ଆରମ୍ଭ କରି ପ୍ରତି ମହଲରେ ପ୍ରଶଂସା କରାଯାଇଛି। ଖଣ୍ଡପଡ଼ା ତହସିଲଦାର ବିଶ୍ଵବିଶୃତ ତ୍ରୀପାଠୀ ତାଙ୍କୁ ସାହାସ ପୁରସ୍କାର ପ୍ରଦାନ କରିଥିଲେ ଓ ନୟାଗଡ଼ ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ତାଙ୍କ ନାମକୁ ସାହାସୀ କତାରେ ପଞ୍ଜିକରଣ କରିବାପାଇଁ ସୁପାରିଶ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق