BREAKING
Loading...
:

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୩୬ ତମ ପ୍ରତିଷ୍ଠା ଉତ୍ସବ ପାଳିତ

 ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ  ଶିକ୍ଷାକେନ୍ଦ୍ରର ୩୬ ତମ ପ୍ରତିଷ୍ଠା ଉତ୍ସବ ପାଳିତ 


ଗଣିଆ (ମଣିଭଦ୍ରା ଖବର) ଗଣିଆରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୩୬ ତମ ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଯାଇଛି । ୧୯୮୯ ମସିହା ଜୁଲାଇ ମାସ ୬ ତାରିଖରେ ଉକ୍ତ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା । ଛାତ୍ର ଛାତ୍ରୀ ମାନେ ଗ୍ରାମ ପରିକ୍ରମା କରିବା ସହିତ ଗଣିଆ ଉନ୍ନୟନ କମିଟି ପରିସରରେ ଥିବା ଶ୍ରୀଅରବିନ୍ଦଙ୍କ ସମାଧି ପୀଠରେ ସମବେତ ଧ୍ୟାନରେ ବସିଥିଲେ । ଆଜିର ଏହି ପ୍ରତିଷ୍ଠା ଉତ୍ସବରେ ବିଦ୍ୟାଳୟର ସଭାପତି ଆନନ୍ଦଚନ୍ଦ୍ର ବେହେରା ଉପସ୍ଥିତ ରହି କେକ୍ କାଟି ଉତ୍ସବ ପାଳନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରତ୍ନାକର ମହାପାତ୍ର,ମାନସ କୁମାର ବେହେରା, ନନ୍ଦିନୀ ଗୁରୁ, ସ୍ୱରୂପା ପଟ୍ଟନାୟକ  ପ୍ରମୁଖ ମଞ୍ଚାସୀନ ଥିଲେ । ଶିକ୍ଷା ସହିତ ଆଧ୍ୟାତ୍ମିକତାକୁ ଗୁରୁତ୍ବ ଦେଇ ଉକ୍ତ ଅନୁଷ୍ଠାନ ମହାନଯୋଗୀ ତଥା ସାଧକ ଶ୍ରୀଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା କଥା ସଭାପତି ପ୍ରକାଶ କରିଥିଲେ । ଅଭିଭାବକ ମାନେ ପାଠଚକ୍ରକୁ ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଅଧ୍ୟକ୍ଷ ପ୍ରକାଶ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା ‌ । ଛାତ୍ର ଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶିକ୍ଷାକେନ୍ଦ୍ରର ସମସ୍ତ ଶିକ୍ଷକ ଅପାଭାଇ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 


Post a Comment

أحدث أقدم
Header ADS