BREAKING
Loading...
:

ଯାତ୍ରୀ ବିଶ୍ରାମାଗାରର ଭିତ୍ତିଭୂମି ବିକାଶ ଦାବି

 ଯାତ୍ରୀ ବିଶ୍ରାମାଗାରର ଭିତ୍ତିଭୂମି ବିକାଶ ଦାବି



ଖଣ୍ଡପଡ଼ା  (ମଣିଭଦ୍ରା ଖବର): ଖଣ୍ଡପଡ଼ା ବ୍ଲକ୍ ଅଧୀନ ଖଳିସାହି ଠାରୁ କୋସ୍କା ଦେଇ ଆଡ଼କଟା ଛକକୁ ସଂଯୋଗ କରୁଥିବା ରାସ୍ତାର ରାମଚନ୍ଦ୍ରପୁର ଗ୍ରାମ ବସଷ୍ଟାଣ୍ଡ ନିକଟରେ ଅବସ୍ଥିତ ଯାତ୍ରୀ ବିଶ୍ରାମାଗାରଟି ଦୀର୍ଘ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ପ୍ରଶାସନର ଅଣଦେଖା ଓ କୋସ୍କା ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଆନ୍ତରିକତା ଅଭାବରୁ ଯାତ୍ରୀ ବିଶ୍ରାମାଗାରଟି ଏବେ ଗୋରୁଗାଈ ଓ ବୁଲା କୁକୁରଙ୍କ ଆଶ୍ରୟସ୍ଥଳୀ ପାଲଟିଛି। ଯାତ୍ରୀ ବିଶ୍ରାମାଗାରଗୁଡ଼ିକର ନବୀକରଣ ସହ ଉକ୍ତ ସ୍ଥାନରେ ଶୌଚାଳୟ, ପାନୀୟଜଳ ଓ ରାତ୍ରକାଳରେ ଉଜ୍ଜ୍ଵଳ ଆଲୋକୀକରଣର ବ୍ୟବସ୍ଥା କରିବା ନିମନ୍ତେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।ସୂଚନାଯୋଗ୍ୟ ଦୂର ଜାଗାକୁ ଯାତ୍ରା କରୁଥିବା ଯାତ୍ରୀମାନେ ସେଠାରେ ଘଣ୍ଟା ଘଣ୍ଟା ଧରି ଯାତ୍ରୀବାହୀ ବସ୍‌କୁ ଅପେକ୍ଷା କରିଥାନ୍ତି। ସେହି ସମୟରେ ପରିସ୍ରା ଲାଗିଲେ ମହିଳା ଯାତ୍ରୀମାନେ ବହୁ ଅସୁବିଧାର  ସମ୍ମୁଖୀନ ହେଉଥିବା ଜଣାପଡ଼ିଛି। ତେଣୁ ସର୍ବସାଧାରଣଙ୍କ ହିତକୁ ଦୃଷ୍ଟିରେ ରଖି ଯାତ୍ରୀ ବିଶ୍ରାମାଗାରଟିର ଭିତ୍ତିଭୂମି ବିକାଶ ନିମନ୍ତେ ପୂର୍ତ୍ତବିଭାଗ ଓ ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। 

ଖଣ୍ଡପଡ଼ା ବ୍ଲକ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ରିପୋର୍ଟ ମଣିଭଦ୍ରା ଖବର 

Post a Comment

أحدث أقدم
Header ADS