BREAKING
Loading...
:

ଜନମଙ୍ଗଳ ସମିତି ବୈଠକ

 ଜନମଙ୍ଗଳ ସମିତି ବୈଠକ

ଗଣିଆ ୩୧/୦୭(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣା ଦଧିବାମନ ଜୀଉ ମନ୍ଦିର ପରିସରରେ ନୂତନ ଭାବେ ଗଠନ କରାଯାଇଥିବା ଜନମଙ୍ଗଳ ସମିତି ଅନୁଷ୍ଠାନର  ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବାଙ୍କ ବିହାରୀ ରାଉତଙ୍କ ସଭାପତିତ୍ବରେ ଉପସଭାପତି ପାଣ୍ଡବ ରଣା, ସାଧାରଣ ସମ୍ପାଦକ ସତ୍ୟ ସ୍ବରୂପ ପଟ୍ଟନାୟକ,ସହ ସମ୍ପାଦକ ମହେନ୍ଦ୍ର କୁମାର ମହାରଣା, କୋଷାଧ୍ୟକ୍ଷ ଅରୁଣ ପ୍ରଧାନ,ଗୋକୁଳ ଜେନା , ସମୀକ୍ଷକ ଶରତ କୁମାର ସାହୁ ଓ ଭୂବନେଶ୍ବର ବାଘଙ୍କ ସମେତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ । ଦଶିପୁର ଏବଂ ତଇଲା ଗାଁରେ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ସହିତ ସ୍ବାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିବାକୁ ନିଷ୍ପତି ନିଆଯାଇଥିଲା । ଏହି ସମିତି ଆଗାମୀ ଦିନରେ ବିଭିନ୍ନ ଜନହିତକର କାର୍ଯ୍ୟ କରିବାକୁ ଅଣ୍ଟା ଭିଡିଥିବା ସଭାପତି ପ୍ରକାଶ କରିଥିଲେ ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS