ସୁନାବେଶରେ ଦର୍ଶନ ଦେଲେ ଶ୍ରୀ ଜୀଉ
ଖଣ୍ଡପଡ଼ା ୬|୭(ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଖଣ୍ଡପଡା ସହରରେ ରବିବାର ଅନୁଷ୍ଠିତ ବାହୁଡା ଯାତ୍ରାର ୨ୟ ଦିବସରେ ରଥାରୂଢ ବିଗ୍ରହମାନେ ସୁନାବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଇଛନ୍ତି। ପ୍ରତିକୂଳ ପାଗ ସତ୍ବେ ବିଗ୍ରହମାନଙ୍କର ମନଲୋଭା ବେଶ ଦର୍ଶନ ନିମନ୍ତେ ସଂନ୍ଧ୍ଯା ସମୟରେ ରଥ ସମ୍ମୁଖରେ ଶହଶହ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସଂନ୍ଧ୍ୟା ଧୂପ ସମୟରେ ବିଗ୍ରହମାନଙ୍କ ନିକଟରେ ଅଧରପଣା ଓ ଭୋଗ ଲାଗି କରାଯାଇଥିଲା।ରାତି ୧୧ ଟା ପର୍ଯ୍ୟନ୍ତ ଖଣ୍ଡପଡ଼ା ବଡଦାଣ୍ଡରେ ଜନସାଧାରଣଙ୍କ ଭିଡ ପରିଲକ୍ଷିତ ହୋଇଥିଲା।ଏ ଅବସରରେ ଏକ ଭଜନ ସଂନ୍ଧ୍ଯା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।ସୁନାମଧନ୍ଯ କଣ୍ଠଶିଳ୍ପୀମାନେ ମଞ୍ଚରେ ଉପସ୍ଥିତ ରହି ଭଜନ ପରିବେଷଣ କରିଥିଲେ।ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମଞ୍ଚ ତଳେ ଉପସ୍ଥିତ ରହି ଭଜନ ସଂନ୍ଧ୍ୟା କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ।
ମଣିଭଦ୍ରା ଖବର, ଖଣ୍ଡପଡ଼ା
إرسال تعليق