କଳାପଥର କଲେଜ ଅଧକ୍ଷଙ୍କ ବିୟୋଗରେ ଶୋକସଭା
ବାଙ୍କୀ,୬/୭(ମାନସ ରଞ୍ଜନ ସାହୁ): କଳାପଥର=ଧଳାପଥର ମହାବିଦ୍ୟାଳୟରେ ପୂର୍ବତନ ଅଧକ୍ଷ ହରିନାଥ ମହାପାତ୍ରଙ୍କ (68)ହୃଦଘାତ ରେ ତାଙ୍କ ବାସ ଭବନ ଭୁବନେଶ୍ୱର ବିୟୋଗହୋଇଯାଇଛି. ଏଥି ନେଇ କଲେଜ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ମହାବିଦ୍ୟାଳୟ ର କ୍ରୀଡା ଶିକ୍ଷକ ସଚ୍ଚିଦାନନ୍ଦ ମିଶ୍ରଙ୍କ ସଂଯୋଜନା ରେ ଆୟୋଜିତ ଶୋକ ସଭାରେ ଅଧକ୍ଷ ସୁନନ୍ଦ କୁମାର ଛାଟୋଇ ଅଧକ୍ଷତା କରିଥିଲେ. ସ୍ୱର୍ଗତ ପୂର୍ବତନ ଅଧକ୍ଷ ହରିନାଥ ମହାପାତ୍ର କଲେଜ ଆରମ୍ଭରୁ 2017 ପର୍ଯ୍ୟନ୍ତ ଉନ୍ନତି ମୂଳକ କାର୍ଯ୍ୟ ସମାପନ କରିଥିଲେ. ସେ ଏକାଧାରରେ ଜଣେ ଛାତ୍ର ବତ୍ସଳ, ସୁ ଦକ୍ଷକ, ପ୍ରଶାସକ, ବରିଷ୍ଠ ଅଧ୍ୟାପକ ଭାବେ ଦାୟିତ୍ୱ ତୁଲାଇଥିଲେ. ଅଧ୍ଧ୍ୟାପକ ମାନ ଗୋବିନ୍ଦ ତ୍ରିପାଠୀ ବକ୍ତା ଭାବେ ଯୋଗଦେଇ ପୂର୍ବତନ ଅଧକ୍ଷ ଶ୍ରୀ ମହାପାତ୍ର ଙ୍କ ବିଭିନ୍ନ ଗୁଣଗାଣ କରିଥିଲେ. ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଅଧ୍ୟାପକ ରମେଶ ଚନ୍ଦ୍ର ପାଣିଗ୍ରାହୀ,ଅଧ୍ୟାପିକା ସସ୍ମିତା ସାମନ୍ତରା, ମମତା ଜେନା, ସୁପ୍ରିୟା ପ୍ରଧାନ, ଅନ୍ଵେଷା ରାଉତ, କାଶୀନାଥ ରାମ, ଜୟକୃଷ୍ଣ ଦାସ ଙ୍କ ସମେତ ଅନ୍ୟାନ କର୍ମଚାରୀ ଉପସ୍ଥିତ ରହି ଆରମ୍ଭରେ ଶ୍ରଦ୍ଧାଞ୍ଜଳି ଦେବା ସହ 2ମି ନୀରବ ପ୍ରାଥନା କରିଥିଲେ. ଅଧ୍ୟାପିକା ତୃପ୍ତି ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ମଣିଭଦ୍ରା ଖବର, ବାଙ୍କୀ
إرسال تعليق