ଶ୍ରୀଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଯାପନୀ ସମାରୋହ ଅନୁଷ୍ଠିତ
ସମ୍ବଲପୁର (ମଣିଭଦ୍ରା ଖବର)
ବରପାଲି ସ୍ଥିତ ରାଉତ ଆର୍ଟ ଗ୍ୟାଲେରୀ ପକ୍ଷରୁ ଆୟୋଜିତ ଶ୍ରୀଜଗନ୍ନାଥ ଚିତ୍ରକଳା ପ୍ରଦର୍ଶନୀର ଉଦ୍ଯାପନ ସମାରୋହ ପାଳିତ ହୋଇଯାଇଛି। ପୂର୍ବତନ ସାଂସଦ ଡ.ପ୍ରଭାସ ସିଂ ମୁଖ୍ୟଅତିଥି ଓ ଅବସରପ୍ରାପ୍ତ ମହାବିଦ୍ଯାଳୟ ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଗଡ଼ତିଆ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ଉତ୍ସବର ଉଦ୍ଯାପନୀ ଘୋଷଣା କରିଥିଲେ। ପ୍ରଦର୍ଶନୀରେ ସାମିଲ ଚିତ୍ରଶିଳ୍ପୀମାନଙ୍କୁ ଅତିଥିମାନେ ଉତ୍ସାହ ପ୍ରଦାନ କରିଥିଲେ। ଓଡିଶାର ବିଭିନ୍ନ ଜିଲ୍ଲାର ୨୫ ଜଣ ଚିତ୍ରଶିଳ୍ପୀ ଲିନା ମେହେର, ବନ୍ଦନା ପଣ୍ଡା, ଜ୍ୟୋତ୍ସ୍ନାମୟୀ ମିଶ୍ର, ନମିତା ସାହୁ, ସୁନିତା ହୋତା, ନବ୍ୟା ନାୟକ, ପୂର୍ଣଚନ୍ଦ୍ର ମେହେର, ଭାଗବତ ପ୍ରସାଦ ମିଶ୍ର, ପ୍ରିତିଶ କୁମାର ସାହୁ, ସମୀର ମହାରଣା, କେଶବ କୁଁଅର, ପ୍ରତ୍ୟୁଷ କୁମାର ପଣ୍ଡା, ଆଲୁସ୍କା ବେହେରା, କିରଣପ୍ରଭା ମିଶ୍ର, ତ୍ରିଶା ମେହେର, ସଂସ୍କୃତିକା ପୁରୋହିତ, ମଧୁ ପଣ୍ଡିତ, ଦିପ୍ତିମୟୀ ରଥ, ଅଙ୍କିତା ଜାଲ, ପ୍ରଜ୍ଞ୍ୟାଶ୍ରୀ ବାଗ, ପ୍ରାଚୀ ମହାନ୍ତି, ମାହି ଯାଦବ, ଆର୍ଯ୍ୟନ୍ ଶର୍ମା , ଆୟୁଷ କିସାନ, ଅନୁପ୍ରଭା ବେହେରା ପ୍ରମୁଖ ଯୋଗଦେଇ ନିଜର କଳାର ନମୂନା ମାନ ପଦର୍ଶନ କରିଥିଲେ। କଳାକାର ମାନଙ୍କ ଜଗନ୍ନାଥଙ୍କ ବିଭିନ୍ନ ପେଣ୍ଟିଙ୍ଗ୍ସ୍ ସ୍ଥାନ ପାଇଥିଲା। ଏହି ଅବସରରେ ସମସ୍ତ ଚିତ୍ରଶିଳ୍ପୀ ମାନଙ୍କୁ ଅତିଥିମାନଙ୍କ ଦ୍ବାରା ସମ୍ମାନିତ କରାଯାଇ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ପ୍ରଦର୍ଶନୀକୁ ଅଧ୍ୟାପକ, ଛାତ୍ର, ସମାଜସେବୀ ଓ ଜନସାଧାରଣ ପରିଦର୍ଶନ କରି କଳାକାର ମାନଙ୍କୁ ଉତ୍ସାହିତ କରି ପେଣ୍ଟିଙ୍ଗ୍ସ୍ ଗୁଡିକର ଭୁରି ଭୁରି ପ୍ରଶଂସା କରିଥିଲେ l ଶ୍ରୀ ଜଗନ୍ନାଥ ପ୍ରଦର୍ଶନୀ ଉଦ୍ଯାପନୀ ସଭାରେ କଳାଭୂମି ଅଧ୍ୟକ୍ଷ ଧୃବ ବେହେରା ସଭାପତିତ୍ବ କରିଥିବା ବେଳେ ଅଧ୍ଯାପକ ରମାକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରାଉତ ଆର୍ଟ ଗ୍ୟାଲେରୀ ପ୍ରତିଷ୍ଠାତା ଚନ୍ଦ୍ରଶେଖର ରାଉତ ଅଂଚଳର କଳା ଓ କଳାକାରମାନଙ୍କୁ ବିଶ୍ୱ ଦରବାରରେ ପହଂଚାଇବା ଏହି ଗ୍ୟାଲେରୀ ର ମୂଖ୍ଯ ଉଦ୍ଦେଶ୍ୟ ବୋଲି କହିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق