BREAKING
Loading...
:

ଲକ୍ଷାଧିକ ଟଙ୍କାର ଚୋରୀ ସାମଗ୍ରୀ ଜବତ ୪ ଅଭିଯୁକ୍ତ ଗିରଫ ।

 ଲକ୍ଷାଧିକ ଟଙ୍କାର ଚୋରୀ ସାମଗ୍ରୀ ଜବତ ୪ ଅଭିଯୁକ୍ତ ଗିରଫ ।



ଚାରିଛକ ଥାନା ଅଂଚଳରୁ ଲଗାତର ଦୁଇଟି ସ୍ଥାନରୁ ଚୋରୀ ହୋଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ ପରେ ଚାରିଛକ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜୋରଦାର ଜାରି ରଖୁଥିଲା । ଏହି, ଥାନା ଅନ୍ତର୍ଗତ ଗଡ ଅମର ପ୍ରସାଦ କ୍ଷୀରକୋଳି ମଠ ନିକଟରେ ଥିବା ଏକ ଜଙ୍ଗଲ ମଧ୍ୟରେ ୪ଜଣ ଅଭିଯୁକ୍ତ ଚୋରୀ ସାମଗ୍ରୀ ବଂଟନ ପାଇଁ ଉଦ୍ୟମ କରୁଥିବା କୌଣସି ସୁତ୍ରରୁ ଖବର ପାଇ ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢୀଙ୍କ ନିର୍ଦ୍ଦେଶ କ୍ରମେ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳଙ୍କ ନେତୃତ୍ବରେ  ଏକ ଟିମ ସେଠାରେ ଚଢଉକରି ଚୋରୀ ସାମଗ୍ରୀ ଜବତ କରିବା ସହିତ ୪ ଜଣ ଚୋରକୁ ଗିରଫ କରିବାରେ ସକ୍ଷମ ହୋଇଛି । ଉକ୍ତ ଅଭିଯୁକ୍ତମାନେ ହେଲେ ଅସ୍ତରଙ୍ଗ ଥାନା ଅନ୍ତର୍ଗତ ବେରାଙ୍ଗ ଗ୍ରାମର ମାଧବ କାଣ୍ଡି, କାକଟପୁର ଥାନା ଅନ୍ତର୍ଗତ ହରିଦାସପୁର ଅନିଲ କୁମାର କାଣ୍ଡି, କାକଟପୁର ଥାନା ଅନ୍ତର୍ଗତ ହରିଦାସପୁର ଦୀପକ କାଣ୍ଡି,ବାଲିକୁଦା ଥାନା ଅନ୍ତର୍ଗତ କୋଳଦା ଗ୍ରାମର ମୃତ୍ୟୁଞ୍ଜୟ ମହାନ୍ତି ବୋଲି ପୁଲିସ ଜାଣିବାକୁ ପାଇଛି । ସେମାନଙ୍କ ଠାରୁ ଇନଭଟର, ଗ୍ୟାସ ସିଲିଣ୍ଡର, ପଂଖା, ଗ୍ରାଇଣ୍ଡର ,କଟୁରୀ, କଟର, ମୃତି କଟାମୁଣ୍ଡ, ସାଉଣ୍ଡ ବକ୍ତି ଆଦି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରିଛି । ବିଶେଷକରି ଏହି ଅଭିଯୁକ୍ତମାନେ ଏହି ଥାନା ଅଂଚଳରେ ଦିନରେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି ଓ ରାତିରେ ଲୋକମାନେ ଘରେ ନ ଥିବାର ସୁଯୋଗ ନେଇ ଘରୁ ଚୋରୀ କରନ୍ତି । ଅନେକ ସମୟରେ ଏହି ଚୋରମାନେ ନାମ ବଦଳାଇବା ସହିତ ମୋବାଇଲର ସିମି କାର୍ଡ ବଦଳାଉଥବା ଥାନା ଅଧିକାରୀ ଶ୍ରୀମତୀ ବିଶ୍ଵାଳ ସୁଚନା ଦେଇଛନ୍ତି । ଚାରିଛକ ପୁଲିସ  ଏକ ମାମଲା  ରୁଜୁ କରି ୪ ଜଣ ଅଭିଯୁକ୍ତକୁ କୋର୍ଟ କରିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS