ଅଟୋ ପାର୍ଟସ ଗ୍ୟାରେଜରେ ଲାଗିଲା ନିଆଁ
ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ଏନ୍ଏସି ୫ ନଂ ୱାର୍ଡ ବଜାର ସାହି ର ମଧ୍ୟ ଭାଗ ଥିବା ଏକ ଗାଡି ଅଟୋ ପାର୍ଟସ ଗ୍ୟାରେଜ ରେ ମଧ୍ୟ ରାତିରେ ନିଆଁ ଲାଗି ଯାଇ ବହୁ ମୂଲ୍ୟବାନ ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି। ଖବର ପାଇ ଖଣ୍ଡପଡ଼ା ଅଗ୍ନିର୍ଶମ ବାହିନୀ ଘଟଣାସ୍ଥଳରେ ପହଂଚି ଲାଗି ଯାଇ ଥିବା ଅଗ୍ନି କୁ ଆୟତ୍ତ କରିବାରେ ସକ୍ଷମ ହୋଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗତ ରାତିରେ ପ୍ରଭୁ ଶ୍ରୀ ଜଗନ୍ନାଥ ଜୀଉ ଙ୍କୁ ରଥରୁ ଆଡ଼ପ ମଣ୍ଡପରେ ବିଜେ କରିବାକୁ ବହୁ ଭକ୍ତଙ୍କ ଭିଡ଼ ଲାଗିଥିବା ସମୟରେ ଏପରି ଅଘଟଣ ଘଟଣା ଘଟିଛି। ଏହା ଏକ ଦୁଃଖଦ ଘଟଣା । ସେହି ସମୟରେଜନସାଧାରଣ ଙ୍କ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା।
ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ
إرسال تعليق