BREAKING
Loading...
:

ଟିଟନ ସାହୁଙ୍କୁ ବିଜେପି କଣ୍ଟିଲୋ ମଣ୍ଡଳ ସଭାପତି ଦାୟୀତ୍ବ

 ଟିଟନ ସାହୁଙ୍କୁ ବିଜେପି କଣ୍ଟିଲୋ ମଣ୍ଡଳ ସଭାପତି ଦାୟୀତ୍ବ 



ଖଣ୍ଡପଡା,ତା୨୮|୭(ମଣିଭଦ୍ରା ଖବର)

ବିଜେପି ରାଜ୍ୟ ସଭାପତିଙ୍କ ସୁପାରିଶକ୍ରମେ ଖଣ୍ଡପଡ଼ା  ନିର୍ବାଚନମଣ୍ଡଳୀର କଣ୍ଟିଲୋ  ମଣ୍ଡଳ ସଭାପତି ଭାବେ ସିଧାମୂଳା ଗ୍ରାମର ଯୁବ ସମାଜସେବୀ ଟିଟନ ସାହୁଙ୍କୁ ଦାୟୀତ୍ବ ପ୍ରଦାନ କରାଯାଇଛି।ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ଶ୍ରୀସାହୁଙ୍କୁ ମଣ୍ଡଳ ସଭାପତି ଭାବେ ଦାୟୀତ୍ବ ପ୍ରଦାନ ପରେ ଦଳ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଓ ସ୍ବାଗତ କରାଯାଇଥିଲା ବେଳେ କଣ୍ଟିଲୋ ଅଞ୍ଚଳର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଶ୍ରୀସାହୁଙ୍କ ନିଯୁକ୍ତିକୁ ସ୍ବାଗତ କରିଛନ୍ତି।ଶ୍ରୀ ସାହୁଙ୍କ ନେତୃତ୍ବରେ ତୃଣମୂଳସ୍ତରରୁ ଦଳୀୟ ସଂଗଠନ ସୁଦୃଢ ହେବ ବୋଲି ଶାସକ ଦଳର ପଞ୍ଚାୟତ ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଲୋକ ପ୍ରତିନିଧିମାନେ ଆଶାବ୍ୟକ୍ତ କରିବା ସହ ଶ୍ରୀସାହୁଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS