*ଉପ-ରାଷ୍ଟ୍ରପତି ନିର୍ବାଚନ: କାହାକୁ ସମର୍ଥନ ଦେବ ବିଜେଡି?*
ଜଗଦୀପ ଧନଖଡଙ୍କ ଅଚାନକ ଇସ୍ତଫା ପରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ନେତୃତ୍ବାଧୀନ ଏନଡିଏ ଓ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଖୋଜା ଆରମ୍ଭ କରିଦେଇଛନ୍ତି । କିନ୍ତୁ ସବୁବେଳେ ସମଦୂରତ୍ବ କଥା କହୁଥିବା ବିଜେଡି କେଉଁ ମେଣ୍ଟକୁ ସମର୍ଥନ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି ।*
*ଉପ-ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ କରିବ ବିଜେଡି? ଏହାକୁ ନେଇ ଏବେ ଦ୍ୱନ୍ଦ୍ୱରେ ପଡ଼ିଛି ଦଳ । ଦଳ କାହାକୁ ସମର୍ଥନ ଦେବ ତାକୁ ନେଇ ଦଳୀୟ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ସଂଖ୍ୟା ଦୃଷ୍ଟିରୁ ଏନଡିଏର ବିଜୟ ପକ୍କା ହୋଇଥିବାବେଳେ ବିଜେଡିର ସମର୍ଥନ ପାଇଁ ଦିଲ୍ଲୀରେ ବି ଦୁଇ ମେଣ୍ଟ ଲବି ଆରମ୍ଭ କରିଛନ୍ତି ।*
ଉପ-ରାଷ୍ଟ୍ରପତି ନିର୍ବାଚନ: କାହାକୁ ସମର୍ଥନ ଦେବ ବିଜେଡି?
ଏଣୁ ମାଇଲେ ବ୍ରହ୍ମହ୍ମତ୍ୟା, ତେଣୁ ମାଇଲେ ଗୋ ହତ୍ୟା
ଜଗଦୀପ ଧନଖଡଙ୍କ ଅଚାନକ ଇସ୍ତଫା ପରେ ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଜେପି ନେତୃତ୍ବାଧୀନ ଏନଡିଏ ଓ କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ପ୍ରାର୍ଥୀ ଖୋଜା ଆରମ୍ଭ କରିଦେଇଛନ୍ତି । କିନ୍ତୁ ସବୁବେଳେ ସମଦୂରତ୍ବ କଥା କହୁଥିବା ବିଜେଡି କେଉଁ ମେଣ୍ଟକୁ ସମର୍ଥନ କରିବ ତା ଉପରେ ସମସ୍ତଙ୍କ ନଜର ରହିଛି । ରାଜ୍ୟସଭାରେ ବିଜେଡିର ୭ ଜଣ ସଦସ୍ୟ ଅଛନ୍ତି । ତେଣୁ କାହାକୁ ସମର୍ଥନ ଦିଆଯିବ ସେ ନେଇ ବିଜେଡି ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଶନିବାର ଏ ନେଇ ଶଙ୍ଖ ଭବନରେ ବୈଠକ ବସିଛି କିନ୍ତୁ ଦଳ କାହାକୁ ସମର୍ଥନ ଦେବ ତାହା ସ୍ଥିର ହୋଇପାରିନି ।
ବିଜୟ ପାଇଁ ଏନଡିଏ ପାଖରେ ସଂଖ୍ୟାବଳ
ଭୋଟଦାନରୁ ବିରତ ରହିବ କି ବିଜେଡି?
ପୂର୍ବରୁ ଓ୍ୱାକଫ ବିଲ ସମେତ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ ଦେଇଆସିଛି ବିଜେଡି। କିନ୍ତୁ ୱାକଫ ବିଲକୁ ନେଇ ଶେଷ ମୂହୂର୍ତ୍ତରେ ନାଟକୀୟ ଢଙ୍ଗରେ ନିଷ୍ପତ୍ତି ପରିବର୍ତ୍ତନ ଦଳକୁ ଅକଳ ପକାଇଥିଲା । ଦଳ ଭାଗ ଭାଗ ହୋଇଥିଲା । ଏବେ ପୁଣି ଏନଡିଏକୁ ସମର୍ଥନ ଦେଲେ ଏହା ଭୋଟରଙ୍କୁ ଭୁଲ ସନ୍ଦେଶ ଯାଇପାରେ ବୋଲି ବିଜେଡି ଆଭ୍ୟନ୍ତରୀଣ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରୁ କଂଗ୍ରେସକୁ ଫାଇଦା ମିଳିପାରେ ବୋଲି ଏକ ଗୋଷ୍ଠୀ ଆଶଙ୍କା ପ୍ରକାଶ କରୁଛନ୍ତି । ଇଣ୍ଡି ମେଣ୍ଟକୁ ସମର୍ଥନ ଦେଲେ କଂଗ୍ରେସ ଆଡ଼କୁ ଢଳୁଥିବା ସନ୍ଦେଶ ଯିବ । ଏଭଳି ସ୍ଥିତିରେ ଦଳ ଏବେ ଦ୍ୱନ୍ଦ୍ୱାତ୍ମକ ସ୍ଥିତିରେ ଅଛି ।
ଏନଡିଏର ଲୋକସଭାରେ ୨୯୩ ଓ ରାଜ୍ୟସଭାରେ ୧୧୨ ସାଂସଦ ଅଛନ୍ତି ଏଭଳି ମୋଟ ୪୦୫ ସାଂସଦ ଅଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବାକୁ ହେଲେ ଆବଶ୍ୟକ ୩୯୪ ଭୋଟ୍ । ଏଭଳି ସ୍ଥଳେ ଏନଡିଏର ବିଜୟ ପକ୍କା ବୋଲି କୁହାଯାଉଛି । ଏନଡିଏ ଅଧିକ ବିଜୟ ବ୍ୟବଧାନ ଚାହୁଁଥିବାବେଳେ ଇଣ୍ଡି ମେଣ୍ଟ ବି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟାଭିଡିଛି । ତେଣୁ ଏବେ ବିଜେଡି ଭୋଟ ଉପରେ ଏନଡିଏ ଓ ଇଣ୍ଡି ମେଣ୍ଟର ନଜର ରହିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق