କlଳରାତ୍ରି ର ସତ ଜାଣିବାକୁ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ୍ କଲେଜ ଓ ହସ୍ପିଟlଲ କୁ ସ୍ଵlସ୍ଥ୍ୟ ମନ୍ତ୍ରୀ ଙ୍କ ର ଗସ୍ତ l
ଗଜପତି (ମଣିଭଦ୍ରା ଖବର) ଗତ ମଙ୍ଗବାରଠାରୁ ଚର୍ଚ୍ଚା ରେ ଥିବା କୋରପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସପିଟାଲ ର ଛଅ ଜଣ ରୋଗୀ ଙ୍କ ର ମୃତ୍ୟୁ ଘଟଣା କୁ ଅନୁଧ୍ୟାନ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହlଲିଂଗ କୋରପୁଟ ଗସ୍ତ ରେ ଆସି ମେଡ଼ିକାଲ୍ କଲେଜ ଓ ହସପିଟାଲ ରେ ପହଞ୍ଚି ଥିଲେ ଓ ସିଧାସଳଖ ସଜରୀ ୱlର୍ଡ କୁ ଯାଇ ରୋଗୀ ଙ୍କ ସହ ସିଧlସଳଖ କଥା ବାର୍ତ୍ତା କରିଥିଲେ l ଓ ପରେ କଲେଜ ପରିସର ରେ ଏକ ସମୀକ୍ଷା ବୈଠକ ରେ ଯୋଗ ଦେଇଥିଲେ l ଗତ କାଲି ମେଡ଼ିକାଲ୍ କତୃପକ୍ଷ ଯାହା ଗଣମାଧ୍ୟମ କୁ କହିଥିଲେ ମନ୍ତ୍ରୀ ତାହା ଦୋହରାଇବା ସହ ଦୋଷୀ ବିରୁଦ୍ଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଥିଲେ l ଅନ୍ୟପଟେ ଗତ କାଲି ରାତି ରେ ରାଜ୍ଯ ସର୍କlର ଙ୍କ ଦ୍ଵାରା ଘଟଣା ର ତଦନ୍ତ ପାଇଁ ଗଠିତ ଏମ କେ ସିଜି ମେଡ଼ିକାଲ୍ କଲେଜ ର ତିନି ଜଣ ସଦସ୍ୟ ଆଇ ଗୋପାଳ ଏଶ୍ଚ କେ ଦଳେଇ ସଚି ନାୟକ ସେହିପରି କଟକ ମେଡ଼ିକାଲ କଲେଜ ର ହରେକୃଷ୍ଣ ମାଝୀ ସ୍ବାଗତ ସୁବୁଦ୍ଧି ମେଡ଼ିକାଲ୍ କୁ ଆସି ଛlନ୍ନଭିନ କରୁଛନ୍ତି l ଯାହାକି ପରବର୍ତ୍ତୀ ସମୟରେ ସରକାର ଙ୍କୁ ରିପୋର୍ଟ ପ୍ରଦାନ କରିବେ l ସେହିପରି ମନ୍ତ୍ରୀ କଂଗ୍ରେସ ନେତା ଙ୍କ ସହ ସାକ୍ଷାତ ନ କରିବା କୁ ନେଇ କଂଗ୍ରେସ ନେତା ମାଲକାନଗିରି ର ପୂର୍ବତନ ବିଧାୟକ ନିମାଇଁ ସର୍କlର ଓ ରୂପକ ତୁରୁକ୍ ସହ କୋରପୁଟ ବିଧାୟକ ମଧ୍ଯରେ ତୁତୁ ମେମେ କୁ ନେଇ କଂଗେସ ବିରୋଧ କରିବା ସହ କୋରlପୁଟ ବିଧାୟକ ସେମlନଙ୍କୁ ଠେଲl ପେଲା କରିଥିବା ଦଳ ଅଭିଯୋଗ କରିଛି l
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق