BREAKING
Loading...
:

ପଲିଥିନ ମୁକ୍ତ ହେବ ରାୟଗଡା ସହର

 ରାୟଗଡ଼ ପୌର ପରିଷଦ, ରାୟଗଡ଼


ପଲିଥିନ ମୁକ୍ତ ହେବ ରାୟଗଡା ସହର  

ଗଜପତି (ମଣିଭଦ୍ରା ଖବର) ବିଶ୍ୱ ପରିବେଶ ଦିବସ ୨୦୨୫ ଉପଲକ୍ଷେ ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ କରିବା ଓ ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବା ନିମନ୍ତେ ରାୟଗଡା ପୌରପରିଷଦ ଆନୁକୁଲ୍ଯରେ  ତା ୦୫.୦୬.୨୦୨୫ ଦିବା ୧୦ ଘଟିକା ସମୟରେ ଏକ ସଡକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାରେ ଉଠା ଦୋକାନୀ ତଥା  ବ୍ୟବସାୟୀ ମାନଙ୍କୁ ପୌର କର୍ମଚାରୀ ମାନେ  ଲିଫଲେଟ ବାଣ୍ଟିବା ସହିତ  ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଅବସରରେ ପୌରପରିଷଦର ପୌରାଧ୍ୟକ୍ଷ ଶ୍ରୀ ପି. ମହେଶ ପଟନାୟକ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କୁଲଦୀପ କୁମାର ଜନସାଧାରଣଙ୍କୁ ସଚେତନ କରାଇବା ସହ ରାୟଗଡା ସହରକୁ ପଲିଥିନ ମୁକ୍ତ ରଖିବା,  ପ୍ଲାଷ୍ଟିକ୍ ବ୍ୟବହାର ନିଷେଧ କରିବା , ପରିବେଶ ସୁରକ୍ଷା ପ୍ରତି ଆଗ୍ରହ ପ୍ରକାଶ କରିବା, ଘର ତଥା ଦୋକାନର ଆବର୍ଜନା ସ୍ବଚ୍ଛତା ରଥରେ ଦେବା , ବାହାରେ ମଳତ୍ଯାଗ ନକରି ଶୌଚାଳୟ ବ୍ୟବହାର କରିବା ଏବଂ ଆବର୍ଜନା ତଥା ପ୍ଲାଷ୍ଟିକ ସାମଗ୍ରୀ ନାଳ ନର୍ଦମାରେ ନ ପକାଇବା ପାଇଁ ସାଧାରଣ ଜନତାଙ୍କୁ  ଅନୁରୋଧ କରିଥିଲେ।  ଏହି ଶୋଭାଯାତ୍ରା ରେ ପରିଷଦର ଅଧ୍ୟକ୍ଷ ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ସମେତ ସମସ୍ତ ପାରିଷଦ ବୃନ୍ଦ , ପରିଷଦର ସମସ୍ତ କର୍ମଚାରୀ , ସ୍ବଚ୍ଛ ସାଥି, ସ୍ବଚ୍ଛ ସୁପରଭାଇଜର, ସଫେଇ କର୍ମୀ ତଥା ସାମାଜିକ ଗଣମାଧ୍ୟମର ପ୍ରତିନିଧି ମାନେ  ଯୋଗଦାନ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS