BREAKING
Loading...
:

ଡ୍ରେନ ସମସ୍ୟା କୁ ନେଇ ପ୍ରମାଦ ଗଣୁଚି ୧୨ ନଂ ୱାଡ଼ର୍ ସ୍ଥାୟୀ ବାସିନ୍ଦା

 ଡ୍ରେନ ସମସ୍ୟା କୁ ନେଇ ପ୍ରମାଦ ଗଣୁଚି ୧୨ ନଂ ୱାଡ଼ର୍ ସ୍ଥାୟୀ ବାସିନ୍ଦା



ଖଣ୍ଡପଡ଼ା ସହରର ଡ୍ରେନେଜ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ୧୨ ନଂ ୱାଡ଼ର୍ର ସ୍ଥାୟୀ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ସମସ୍ୟା  ର ସମାଧାନ ଦିଗରେ ଏନ୍ ଏ ସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନଥିବା ଜଣାପଡିଛି। ଆଗକୁ ର୍ବଷା ଋତୁ ଆସୁଥିବା ବେଳେ ସହରର ପ୍ରତ୍ୟେକ ୱାଡ଼ର୍  ରାସ୍ତା ପାର୍ଶ୍ୱରେ ଥିବା ଡ୍ରେନ ଗୁଡ଼ିକ ଅଳିଆ ଆବର୍ଜ୍ଜନା କୁ ସଫା କରାଯାଉନାହିଁ କିଛି କିଛି ଅଂଶ ସଫା କରାଯାଇଛି।ସେଥିମଧରୁ ୧୨ ନଂ ୱାଡ଼ର୍ର ସ୍ଥାୟୀ ବାସିନ୍ଦା ଏନ୍ ଏ ସି କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ସେହି ୱାଡ଼ର୍ ଡ୍ରେନ ଗୁଡ଼ିକ ଅଳିଆ ଆବର୍ଜ୍ଜନା ପୂର୍ଣ୍ଣ ହୋଇ ମାଟି ରେ ମିସିବାକୁ ଦେଖିବାକୁ ମିଳିଛି। ଫଳରେ ନର୍ଦ୍ଦମା ଜଳ ନିଷ୍କାସନ ପଥରେ ବାଧା  ସୃଷ୍ଟି ହେଉଥିବାରୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଉକ୍ତ ୱାଡ଼ର୍ ଡ୍ରେନ ଟିକୁ ପୂର୍ଣ୍ଣବାର ମରାମତି କାର୍ଯ୍ୟ କରିବା ପାଇଁ ଅଞ୍ଚଳ ବାସି ଦାବି କରିଛନ୍ତି। ଏଥିପ୍ରତି ଏନ୍ ଏ ସି କର୍ତ୍ତୃପକ୍ଷ ଓ ଖଣ୍ଡପଡ଼ା ନଗରପାଳିକା ଙ୍କୁ ଦୃଷ୍ଟି ଦେବାକୁ ଦାବି କରିଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା ବ୍ଳକ 

Post a Comment

أحدث أقدم
Header ADS